ଜୀବନ ଗୀତା-୩୬୦
ଜୀବନ ଗୀତା-୩୬୦
1 min
459
ଜୀବନ ବଂଚିବାର ଅନୁଭବ
କେତେ ଅନ୍ତରଂଗ ପୁଣି
କେତେଯେ ଦୁର୍ଲଭ ॥୦॥
ନିଇତି ଅତି ପାଖରୁ
କରି ଅବଲୋକନ
ତଥାପି ବୁଝି ହୁଏନା
ଜୀବନର ଦର୍ଶନ
ରୂପରେଖ ତାର
କେତେଯେ ପ୍ରକାର
କେବେ ଭାବଭରା କେବେ
ଭାବରେ ଅଭାବ ॥୧॥
ସଫଳତା ପାଇବାକୁ
ଯେତେସବୁ ପ୍ରୟାସ
ଜୀବନରେ କରିଥାଏ
ଚେତନାର ବିକାଶ
ରୁଚିବୋଧ ତାର
କେତେଯେ ସୁନ୍ଦର
କେତେ ହରାଭରା ତାର
ସକଳ ବିଭବ ॥୨॥