Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

4  

Prasant Kumar Nath

Others

ଅଚିହ୍ନା ହୋଇଲା ଚିହ୍ନା

ଅଚିହ୍ନା ହୋଇଲା ଚିହ୍ନା

1 min
113


କାଲି ଯିଏ ଥିଲା ଅଚିହ୍ନା ମଣିଷ

ଆଜିସେ ହୋଇଛି ଚିହ୍ନା

ଲାଗୁଛି ଯେମିତି ଗୋଟାଏ ମୁହୂର୍ତ୍ତ

ବଞ୍ଚି ହେବନି ତା ବିନା ।


ମୁଁ ଆଜି ଭୁଜୁଛି ତାପ୍ରେମ ବର୍ଷାରେ

କରିଛି ସେ ମୋ ବନ୍ଦୀ

ତା ଭଲପାଇବା ମମତା ଜାଲରେ

ହୋଇଗଲି ମୁହିଁ ଛନ୍ଦି ।


ହାତ ଧରି ମୋର ବାଟ ସେ ଚାଲୁଛି

ସାଜିଛି ଜୀବନ ସାଥି

ନିଜ ଠୁଁ ନିଜର ସେ ଆଜି ଲାଗୁଛି

ମିଠା ତାର ସ୍ନେହ ପ୍ରୀତି ।


ଅଚିହ୍ନା ବାଟରେ ଦେଖା ହୋଇଥିଲା

ଅଚିହ୍ନା ମଣିଷ ହୋଇ

ହେଲେ ତାର ସାଥେ ଜୀବନ ମୋହର

ଲେଖି ସାରିଥିଲା ବିହି ।


ପ୍ରଥମ ଦେଖାରେ ହସି ଦେଇଥିଲା

ମନ କରିଥିଲା ଚୋରି

ତାକୁ ମୁଁ ମନର ମାନସୀ ସଜେଇ

ବାନ୍ଧିଲି ସମ୍ପର୍କ ଡୋରି ।


ଅଚିହ୍ନା ମଣିଷ ଚିହ୍ନା ହୋଇଗଲା

ରହିଲା ସାଥିରେ ମୋର

ହେଲେ ଲାଗେ ଆଜି ଦୁଇଗୋଟି ଦେହ

ଗୋଟିଏ ଆତ୍ମା ଆମର ।



Rate this content
Log in