Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aditya Pratap Dhal

Others

2  

Aditya Pratap Dhal

Others

ବର୍ଷା

ବର୍ଷା

1 min
7.0K


ବର୍ଷା

 

ଆଦିତ୍ୟ ପ୍ରତାପ ଧଳ

 

ବର୍ଷାର ଛିଟାରେ ମୁଁ

ଗୁଣୁଗୁଣେଇଉଠେ

ଫୁଲରୁ ପରାଗସବୁ

ଭସାଇଦିଏ, କଷାଇଦିଏ ।

 

ଅଶେଷ ରୂପରଙ୍ଗରେ

ମୋ କାନଭାସ୍ କା’ର ତୂଳିରେ

ଫେଣେଇଉଠେ,

ଚୋରାଇନେଇ କେବେକେବେ

ମୋ ନହୁଲି ବୟସକୁ

ତା’ର କଜଳଧୁଆ ଆଖିରେ

ଓଦାଓଦା ଚିବୁକରେ ମୋର ବିଶ୍ୱାସ

କୁଆଡ଼େ ହଜିଯାଏ

ହଜିଯାଏ ମୋ ଠିକଣା ।

 

ଅପ୍ରତିମ ପକ୍ଷୀଟେ ଗଛଡାଳରେ

ଚୁପଚାପ୍ ବସିଥାଏ

ତା ଚଞ୍ଚୁ ଉପରଦେଇ ଟୋପାଟୋପା

ଖସୁଥାଏ ବର୍ଷା

ନା ସେ ତାକୁ ଧରିରଖିପାରେ

ହୃଦୟର ଅକୂଳରେ ସେତେବେଳେ

ଗୁଡ଼ିଟିଏ ଯେମିତି ତୀରବେଗରେ

ଖସୁଥାଏ,

ଝଲସାଇଦିଏ ମୋ ଆଖି

ଝଲସାଇଦିଏ ମୋ ସମଗ୍ର ସତ୍ତାକୁ ।

 

ସେତେବେଳେ କହିବାକୁ ଯେମିତି

ଭୁଲିହୋଇଯାଏ :

ବର୍ଷା ମୋ ପ୍ରେମିକା

ବର୍ଷା ମୋ ଅଭିସାରିକା

ବର୍ଷା ମୋ ସର୍ଜନାର

ଉପକ୍ରମଣିକା  !!

 

ଅବସରପ୍ରାପ୍ତ ଅଧ୍ୟକ୍ଷ, ପ୍ଲଟ୍ ନଂ-୭୨୭

ମହାନଦୀ ବିହାର, କଟକ-୭୫୩୦୦୪

ଫୋନ୍-୯୪୩୯୫୬୩୦୫୨

*****


Rate this content
Log in

More oriya poem from Aditya Pratap Dhal