Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୨୧

ସନେଟ -୨୧

1 min
6.6K


ଜନ୍ମ,ମାୟା ଓ ମୃତ୍ୟୁ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଘଟ ମଧ୍ୟେ କେହି ଜଣେ ଢାଳିଲା ଜୀବନ

କଳ କଳ ଗାଇ ବହେ ଝରଣା ଯେସନ ।।

ଝର ଝର ଅଳ୍ପ ଶବ୍ଦ କର୍ଣ୍ଣକୁ ଶୁଭିଲା

ନିଦ୍ରାସକ୍ତ ଯେଣୁ ଥିଲି ଜଣା ନ ପଡ଼ିଲା ।।

କିଏ ସେହି ? କି କାରଣେ କାଣ୍ଡ ଭିଆଇଲା

ସୁଷୁପ୍ତ ପରାଣ ପୁଣି ସ୍ୱପ୍ନ ନିରେଖିଲା ।।

କୁମ୍ଭ ମଧ୍ୟୁ ସବୁ ବନ ଜଣେ ଢାଳି ନେଲା

" ଉଠ ଉଠ ଦେଖ ଦେଖ ଶ୍ରୁତିକି ଶୁଭିଲା " ।।

ନିଦ ବାଉଳା ଦେଖିଲି ଚୂର୍ଣ୍ଣିତ କଳସୀ

ଏକାବେଳେ ନେଇଛି କେ ସାରାସାର ଶୋଷି ।।

ଦିବ୍ୟ ଜ୍ଞାନ-ଦ୍ୱାରେ ଯେଣୁ ପଡ଼ିଛି କୋଲପ

ନ ବୁଝି ପାରିଲି ମର୍ମ ବିସ୍ମୟ ଅମାପ ।।

ବିତିଲା ସାରା ଜୀବନ ମୋହ ଶୟନରେ

ଡାକେ ଏବେ ଛିଡ଼ା ହୋଇ ସୌର ସମ୍ମୁଖରେ ।।

ସମାପ୍ତ


Rate this content
Log in

Similar oriya poem from Classics