Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Others

3  

Balabanta Sahu

Others

ନ୍ୟାୟ ନିବେଦନ

ନ୍ୟାୟ ନିବେଦନ

1 min
6.8K


ଛାର ମଣିଷର ସାଧ୍ୟ କାଇଁ ଯେ

ବୁଝି ପାରିବ ନାରୀ ଆଖିର ଉଷ୍ମ ଲୁହ !

ହେଲେ ଖୁବ୍ ସମ୍ବେଦନଶୀଳ ଏଇ ପ୍ରକୃତି

ଠିକ୍ ବୁଝି ପାରେ

ଆଉ ସେଥି ପାଇଁ ତ

ପ୍ରତିବାଦର ସ୍ୱରଟିଏ ବାରି ହୋଇ ପଡ଼େ

ତା'ର ପ୍ରତିଟି ଭାବଭଙ୍ଗୀରେ ।


ନୀଳ ଆକାଶରୁ ଉଠେ

ବୁକୁଫଟା କୋହ

ଗଦ୍ ଗଦ୍ ହୋଇ ଝରିପଡେ

ଲୁହ ତ ନୁହଁ

ହୃଦୟର ଧାର ଧାର ଶୋଣିତ ।

ଯାହାକୁ ସଂଚି ପାରେନି ମାଟି

ତା'ର ପ୍ରଶସ୍ତ ଆଞ୍ଜୁଳାରେ ।


ଚାଁ.ଚାଁ.. ଚିଆଁ..ଚିଆଁ..କରି

କାନ୍ଦି ଉଠନ୍ତି ଉପରେ

ମୁକ୍ତାକାଶର ଆଜାଦ ପକ୍ଷୀମାନେ

ଆଉ ତଳେ

କୁକୁଡା ଫର୍ମର ଛୋଟ ବଡ ମାଂସ ମାନେ ।


ହଠାତ୍ ଫୁଲି ଉଠେ ନୀଳ ସମୁଦ୍ର

ଫିଡ୍ ଫିଡ୍ ହୋଇ ଡେଇଁ ପଡନ୍ତି ମାଛ ସବୁ

ନା ଭୟ ଥାଏ ଶିକାରୀର ଜାଲକୁ

ନା ଖାତିର ଥାଏ ଦୂର ଆକାଶର ଚିଲକୁ

ସମସ୍ତେ ଏକ ସ୍ୱରରେ ମାଗନ୍ତି ବୋଧେ

ନ୍ୟାୟ...ନ୍ୟାୟ... ନ୍ୟାୟ... !


ମଣିଷ ସିନା ବୁଝିପାରେନି ନାରୀକୁ

ତା'ର ଇଜ୍ଜତକୁ

ତା'ଆଖିର ଲୁହକୁ ।

ମଣିଷକୃତ ମେସିନ ସଫ୍ଟୱେରଗୁଡ଼ା କିନ୍ତୁ ଭିନ୍ନ

ସେମାନେ ଖୁବ ସମ୍ବେଦନଶୀଳ

ପ୍ରକୃତିର ଆଜ୍ଞାଧୀନ ଶିଷ୍ୟଟେ ପରି ।


ଟଂ.. ଟଂ..ଟିଂ.. ଟିଂ..ଶବ୍ଦ ସହ

ଅକ୍ଷରବିଡା ମେସେଜ ଗୁଡାକ

ଘୁରି ବୁଲୁଥାନ୍ତି ମୋବାଇଲରୁ ମୋବାଇଲ

ଲେପଟପରୁ ଲେପଟପକୁ....

ଜଣକରୁ ଅନ୍ୟ ଜଣଙ୍କ ପାଖକୁ

ଚିହ୍ନା ଅଚିହ୍ନା ସଭିଙ୍କ ପାଖକୁ ।


ଟିଭି ସ୍କ୍ରିନରେ

ବଡ଼ ବଡ଼ ଅକ୍ଷରରେ ହେଡଲାଇନ

ଦୁଃଖପୂର୍ଣ୍ଣ ଭାବଭଙ୍ଗୀ ହେଲେବି ଉଚ୍ଚସ୍ୱରରେ

କୌଣସି ଗୋଟେ ନାରୀର ଇଜ୍ଜତ ଲୁଟା ଖବର

ଗୋଟେ ଲଜ୍ଜା ।

ପୁଣି ବାରମ୍ବାର ପ୍ରତିଫଳିତ ହେଉଥାଏ

ସେଇ ଝାପସା ଚେହେରାଟି

ବୋଧେ ଗୋଟେ ନିବେଦନ ସହ ?

ନ୍ୟାୟ...ନ୍ୟାୟ... ନ୍ୟାୟ... ।


ନିରୀହ ଝିଅର ପୁଳାପୁଳା ମାଂସ

ଦେହର ଜାଗା ଅଜାଗାରେ ଦାଗ

ଆଖିର ଧାର ଧାର ଲୁହ

ମୃତ୍ୟୁ ପରେ ବି

ସେହି ଅମଣିଷ ମାନଙ୍କ

ଘଣ୍ଟା ଘଣ୍ଟାର ଭାଷଣ ଶୁଣି ,ଦେଖି

କେମିତି ବା ରହିପାରିଥାନ୍ତି

ନ ଚଳାଇ ମୋ ଲେଖନୀକୁ ?

ସେଥିପାଇଁ ଏଇ କିଛି ଧାଡି

ଲେଖିଛି ଗୋଟେ କାଳିବିହୀନ କଲମରେ ଭରି

ତା'ର ଧାର ଧାର ଲୁହ

ଧାର ଧାର ତାଜା ରକ୍ତ....

ଯା'ର ପ୍ରତିଟି ରକ୍ତ ବିନ୍ଦୁ ରଖିଥାଏ ଗୋଟେ ନିବେଦନ ।


ବୋଧେ ସେ

ନ୍ୟାୟ...ନ୍ୟାୟ... ନ୍ୟାୟ... ।


ବଲବନ୍ତ ସାହୁ (Bab-L-U)

ମୋ- 9078105234

(ଆସିଫା କୁ ନ୍ୟାୟ ଦାବି ସକାଶେ ମୋ ଲେଖା...ଲେଖା ତ ନୁହଁ...ମୋ ଭାବନା ।).


Rate this content
Log in