ବାପା ମୋର ମରିଗଲେ
ବାପା ମୋର ମରିଗଲେ
ବାପା ମୋର ମରିଗଲେ ଶୁକ୍ରବାର ରାତିରେ
ପୁରୁଷ ଆଉ ପାରିବାପଣିଆର ଅହମିକାରେ
ମଲାବେଳେ ସେ
ଠିଆ ହୋଇଥିଲେ ଠିକ୍ ମୋରି ସାମ୍ନାରେ
ଜାଳୁଥିଲେ ତାଙ୍କ ଆଖି କ୍ରୋଧର ନିଆଁରେ
ଜଳିଲାନି ଖାଲି ଯାହା
ମୋ ନିଜ ଅସ୍ତିତ୍ଵ ତାଙ୍କ ପିତୃତ୍ଵର ଦାୟରେ ।
ମଲାବେଳେ ସେ
ଭାଙ୍ଗୁଥିଲା ସମ୍ପର୍କର ମେରୁଦଣ୍ଡ ନିରବରେ
ଅତିକ୍ରମୁ ଥିଲା ନିଶାର୍ଦ୍ଧ ନୀଳ ଚେତନାରେ
ଜମିରହିଲା ଖାଲି ଯାହା
ମୋ ଆଶ୍ଵସ୍ତ କେବଳ ଏକ ଦୀର୍ଘଶ୍ଵାସରେ ।
ବାପା ମୋର ମରିଗଲେ ଶୁକ୍ରବାର ରାତିରେ
ପୁରୁଷ ଆଉ ପାରିବାପଣିଆର ଅହମିକାରେ...