Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Inspirational Others

3  

Padmalaya Mishra

Inspirational Others

କାହିଁ ଗଲା ସେ ପିଲାଦିନ

କାହିଁ ଗଲା ସେ ପିଲାଦିନ

1 min
6.8K


ବୋଉ ପଣତକୁ ଛାଡ଼ିଲି

ଛାଡ଼ିଲି ବାଲି ଘର ଖେଳ

ସବୁ ହେଲା ଆଜି ସପନ

ଯୌବନ ଛୁଇଁଲା ଯେବେଠୁ

କାହିଁ ଗଲା ସେ ପିଲା ଦିନ ।

ବୋହୂ ଚୋରି କବାଡ଼ି ଖେଳ

ଖେଳୁଥିଲି ସଂଜ ସକାଳ

ଝୁରୁଛି ଅତୀତକୁ ମନ

ହଜିଲା ଅତୀତ ଅଫେରା

କାହିଁ ଗଲା ସେ ପିଲା ଦିନ ।

ହାତଗଣ୍ଠି ପୁଣି ପଡ଼ିଲା

ହେଲି ବଧୂ ଜାୟା ଜନନୀ

ସର୍ବସ୍ଵ କରିଲି ଅର୍ପଣ

ଗୃହ ଜଂଜାଳେ ଛନ୍ଦି ହେଲି

କାହିଁ ଗଲା ସେ ପିଲା ଦିନ ।

ବିନା ଚିନ୍ତାରେ ଯାଉଥିଲା

ସମୟର ଗାଡ଼ି ଆନନ୍ଦେ

ହସି ଖେଳି ବାଲ୍ୟ ଜୀବନ

ଭାବିଲେ ହସ ଫୁଟେ ଓଷ୍ଠେ

କାହିଁ ଗଲା ସେ ପିଲା ଦିନ ।

ଏବେ ଯେ ଖୋଜଇ ବାହାନା

ନିଜ ପିଲାଙ୍କ ସହ ଯଦି

ପାଆନ୍ତି ଫେରି ପୂର୍ବ ଦିନ

ଉପଭୋଗ କରନ୍ତି ପୁଣି

ମନଭରି ମୋ ପିଲା ଦିନ ।।

.. . . . . . ପଦ୍ମାଳୟା


Rate this content
Log in

Similar oriya poem from Inspirational