Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Inspirational

3  

Sadananda Sahoo

Inspirational

ଆହେ ପିତୃ ଦେବ

ଆହେ ପିତୃ ଦେବ

1 min
13.5K



ଆହେ ପିତୃ ଦେବ ଘେନ ମୋ ପ୍ରଣାମ

ହୃଦୟର ମହାରାଜା ;;

ତ୍ୟାଗପୂତ ତଵ ଜୀବନ ଆଦର୍ଶ

ସମର୍ପଣେ ଉଡେ ଧ୍ୱଜା !!

ସୁନାର ସଂସାର ତୁମରି ବିଭବ

ସମୃଦ୍ଧିର ଚିର ଛବି ;;

ତୁମରି ପରଶେ କମଳୀନି ହସେ

ତୁମେ ଅଂଶୁମାନ ରବି !!

ନୀଡ଼ର ସାବକ ତୁମରି ସନ୍ତକ

ତୁମେତ ପରାଣ ମିତ ; ;

ଆଧାର ଯୋଗାଡେ ତଵ ଦିନ ବିତେ

ଅବଶୋଷ ନାହିଁ ସତ !!

ନାହିଁ ଅବକାଶ ସଂଘର୍ଷରେ ଭାସ

ଜୀବନର ପ୍ରତି ପାଦେ ;;

ହୃଦୟର ଦୁଃଖ କରନି ପ୍ରକାଶ

ହସି ଦିଅ ଅବସାଦେ !!

ପିତୃ ଆଶୀର୍ବାଦ ସର୍ବଶ୍ରେଷ୍ଠ ଜୟ

ମଙ୍ଗଳ ବିଧାନ ପାଇଁ ;;

ସ୍ୱର୍ଗ ଠାରୁ ବଡ ପିତାର ହୃଦୟ

ଏହାର ବିକଳ୍ପ ନାଇଁ !!


ମାତା ଜେମାମଣି ପିତା ମଥା ମଣି

ଅଲିଭା ପ୍ରେମର ସ୍ମୃତି ;;

ଶାଶ୍ୱତ ପ୍ରେମର ପିତା ନିଦର୍ଶନ

ଶୋଭା ପାଏ ମାଆ ସିନ୍ଥି !!

ପ୍ରେମ ପରଶର ଅତୁଟ ବନ୍ଧନ

ଅଶେଷ ବିଭବ ସୃଷ୍ଟି ;;

ସାବକେ ହସିଲେ ସୁନା ନୀଡ଼ ହସେ

ଫୁଲ ବର୍ଷା ହୁଏ ବୃଷ୍ଟି !!

ପିତା ଧର୍ମକର୍ମ ପିତା ପରମ ବ୍ରହ୍ମ

ପିତା ହିଁ ବିଶାଳ ସ୍ୱର୍ଗ ;;

ସର୍ବ ସମର୍ପଣେ ପିତା ଜାଗରଣେ

ଜୟ କରେ ଦୁଃଖ ଦୁର୍ଗ !!

ଆହେ ପିତୃଦେବ ବିରଳ ବ୍ୟକ୍ତିତ୍ୱ

ଆଦର୍ଶର ଅନୁପ୍ରାସ ;;

ହୋଇ ଦଗ୍ଧୀଭୂତ ଦେଉଚ ଆଲୋକ

ପୋଷଣ କରନି କ୍ଳେଶ !!

ଶତ ପ୍ରଣିପାତ କରୁଛି ମୁଁ ସୁତ

ଆଦର୍ଶର ବାର୍ତ୍ତାବହ ;;

ଚିର ପୂଜନୀୟ ଆହେ ସ୍ନେହଁମୟ

ଦୂର ହେଉ ତଵ କୋହ !!


ସଦାନନ୍ଦ ସାହୁ(କାରା କର୍ମଚାରି)

କେନ୍ଦ୍ରୀୟ କାରାଗାର ; କଟକ ; ଚୌଦ୍ଵାର ;?


Rate this content
Log in