Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manini Mishra

Abstract Fantasy

2  

Manini Mishra

Abstract Fantasy

କଥା ତ ଏତିକି

କଥା ତ ଏତିକି

1 min
1.1K


ମୁଁ 

ରୋହିଣୀ କୁଣ୍ଡରେ ନିର୍ବାକ ପଡିଥିବି 

ତୁ ମତେ 

ବାଗେଇ ମୋ ଦେହରୁ 

ଅୟୁତ ଯୁଗର ଖୋଳପା ସବୁ 

ଛଡ଼େଇ ଦେଉଥିବୁ

ମୁଁ

ତୋ କାନ୍ଥକୁ ଆଉଜି 

ସୁନା ଦେବଦାରୁ ଗଛର 

ଛନ ଛନ ପଣରେ 

ପିକେଇ ଉଠୁଥିବି 

ତୁ ମତେ ଆକାଶରେ 

ଉଡାଣ ଖୋର ହେବାକୁ ଉସକଉ ଥିବୁ 

ମୁଁ

ତତେ ମୋର ଆକାଶ ଭାବି

ତୋ ଛ‍ାତିରେ ମୋର ହସ ସବୁ ଥୋଇଦେଉଥିବି 

ମେଘପହଁରା ନ ଜାଣି ସେସବୁ 

ଲୁହର ନଈଟେ ହୋଇ 

ତରଳି ଯାଉଥିବ..

ତୁ ତୋର 

ଦାମୀ କ୍ୟାମେରାରେ 

ଗୋଟେ ଉଛୁଳା ନଈ ସହ

ସେଲଫି ଉଠେଇବ‍ାରେ ମସଗୁଲ ଥିବୁ


Rate this content
Log in