Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bauribandhu Lenka

Inspirational

5.0  

Bauribandhu Lenka

Inspirational

ଜୀବନ ସଳିତା

ଜୀବନ ସଳିତା

1 min
6.8K


(0)

ଜୀବନ ସଳିତା ଜଳି ଜଳି ଯାଏ

ଲିଭିବାକୁ ଅଛି ବାକି

ଲିଭିବା ସମୟ ଆସିଗଲେ ତା'ର

ପାରିବେନି କେହି ରୋକି ||

(1)

ଏ ଜୀବନ ପଥ ବହୁ କଣ୍ଟକିତ

କେତେ ଉଠାଣ ଗଡାଣି

ଯିଏ ସେ ଚାଲିଛି ସେ ହିଁ ଜାଣିଛି

ପୁରା ଜୀବନ କାହାଣୀ

ଜୀବନ ଆକାଶେ ମୃତ୍ୟୁର ଛଞ୍ଚାଣ

ଉଡୁଅଛି ଛକି ଛକି

ଜୀବନ ସଳିତା ଜଳି ଜଳି ଯାଏ

ଲିଭିବାକୁ ଅଛି ବାକି ||

(2)

ସଙ୍ଗୀ ସହୋଦର କେ ନୁହେଁ କାହାର

ସରବେ ସୁଖର ସାଥୀ

ଗଲାବେଳେ କେହି ଯିବେ ନାହିଁ ସଙ୍ଗେ

ଚାହିଁଥିବେ ମଥା ପୋତି

ନିଜ କର୍ମଫଳ ନଜେ ହିଁ ଭୋଗିବୁ

ଜୀବନ ପଥେ ଏକାକୀ

ଜୀବନ ସଳିତା ଜଳି ଜଳି ଯାଏ

ଲିଭିବାକୁ ଅଛି ବାକି ||

*******


Rate this content
Log in