Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tapan Dixit

Romance

2  

Tapan Dixit

Romance

ଏ ଦେହ ଖୋଜିଲେ ସାହାରା କାହାର …

ଏ ଦେହ ଖୋଜିଲେ ସାହାରା କାହାର …

1 min
6.9K


ଚୁପି ଚୁପି ଆସି ଚରଣ ଚାରଣେ 

ହୃଦୟ ତୋରଣ ଦ୍ୱାରେ 

ଛାହିଁ ଦେଇ ଯିବ ରାଣ ମୋ ରହିଲା 

ବୟସଟା ଗଲାପରେ ,

ଅବା ଝରିଗଲେ ଗୋଲାପ ପାଖୁଡା 

ପ୍ରୀତି ମାଳଞ୍ଚରୁ ମୋର 

ବୈଶାଖୀ ଦେହୁ ସରିଗଲାପରେ 

ଯଉବନ ଉତ୍ତାପର ,

ଏ ଦେହ ଖୋଜିଲେ ସାହାରା କାହାର 

ସମ୍ପର୍କର ରାଣ ଖାଇ 

ଲାଗ ବା ନ ଲାଗ ସମ୍ପର୍କେ ନିଜର 

ଥରେ ଯିବ ଚାହିଁ ଦେଇ,

ପ୍ରଣୟ ଲିପିରେ ଥାଏଁ ବା ନଥାଏଁ 

ହୃଦୟ ଶିଳାରେ ତୁମ 

ରହିଥିଲା.ଅଛି .ରହିଛି..ରହିବ 

ତୁମ ପାଇଁ ମୋର ପ୍ରେମ ….. ।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ

ମାଳଞ୍ଚ (ବଙ୍ଗଳା):-ଉଦ୍ୟାନ Flower-garden ,


Rate this content
Log in