ପ୍ରପଞ୍ଚର ମାୟା
ପ୍ରପଞ୍ଚର ମାୟା
କେତେ ଭିଆଣ ଯେ ପ୍ରପଞ୍ଚର ମାୟା
ନୁହେଁ କାହା ବୋଧଗତ
ସମର୍ପଣ ଭାବ ରଖିଥିଲେ ସିନା
ହେଉଥିବ ସ୍ଵାଧିକୃତ ।
ଯିଏ ଗଢୁଥାଏ ସିଏ ଭାଙ୍ଗୁଥାଏ
ସୃଜନ ସୃଷ୍ଟିର ଖେଳ
ମଧ୍ୟେ ଅକିଞ୍ଚନ କ୍ରିଡନକ ମାତ୍ର
କରୁଥାଏ କୌତୁହଳ। ।
ସବୁରି ମୂଳରେ ସେହି ସର୍ବଜ୍ଞାନୀ
ଅଣାକାର ଅନ୍ତର୍ଯ୍ୟାମୀ
ଅନନ୍ତ ଆକାଶ ଅସୀମ ପ୍ରକାଶ
ଅଖିଳ ବ୍ରହ୍ମାଣ୍ଡ ସ୍ଵାମୀ ।
ପରଂବ୍ରହ୍ମ ସେହି ଜଗତ ଈଶ୍ବର
କରୁଥାଏ ସଦା ହିତ
ରଖିଥିଲେ ଭାବ ଭାବରେ ସ୍ଵଭାବ
ନହୁଏ ଭ୍ରମିତ ଚିତ୍ତ ।
ପ୍ରଶାନ୍ତ କୁମାର ହୋତା