Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AJAYAPRAKASH SAHU

Inspirational

3  

AJAYAPRAKASH SAHU

Inspirational

କନ୍ୟା ଭ୍ରୁଣ

କନ୍ୟା ଭ୍ରୁଣ

1 min
6.9K


ଶୁଣ ଡାକତର ବାବୁ 

 ମୋର ନିବେଦନ 

ଗର୍ଭପାତ କର ମୋର 

 ଗର୍ଭେ କନ୍ଯା ଭୃଣ ।

କନ୍ଯା ପାଇଁ ଖର୍ଚ୍ଚ ଭୟ

 ମନେ ନାହିଁ କେବେ 

କନ୍ଯା ନୁହେଁ ସୁରକ୍ଷିତ 

 ଜାଣନ୍ତି ସରବେ ।

ଚାରିମାସ ଶିଶୁ କନ୍ଯା 

 ହୁଏ ବଳତ୍କାର 

କେଉଁଠି ବି ନାହିଁ ଟିକେ 

 ନାରୀଙ୍କ ଆଦର ।

ଶୋଷଣ, କଷଣ ପୁଣି 

 ନାରୀ ନିର୍ଯାତନା 

ସାରା ଦେଶରେ ଚାଲିଛି 

 ସମସ୍ତଙ୍କୁ ଜଣା ।

କଳୀ କାମୁକ ମାନଙ୍କୁ 

 ଲାଗେ ମୋତେ ଭୟ

ନ୍ୟାୟାଳୟେ ମିଳୁନାହିଁ 

 ପୀଡିତାଙ୍କୁ ନ୍ୟାୟ ।

ନ୍ୟାୟ ପାଇଁ ଧାଇଁ ଧାଇଁ 

 ଦିଏ ଆତ୍ମାହୁତି

ଅର୍ଥ ବାହୁବଳେ ଦୋଷୀ 

 ନିର୍ଦୋଷୀ ହୁଅନ୍ତି ।

ଯାଜ୍ଞସେନୀ କାନ୍ଦୁଛନ୍ତି 

 କୁରୁସଭା ସ୍ଥଳେ 

ନ୍ୟାୟ ନ ମିଳଇ ଏଠି 

 ଦୁର୍ଜନଙ୍କ ମେଳେ ।

ଚାହୁଁଛି ମୁଁ କନ୍ଯା ମୋର 

 ନହେଉ ଶିକାର 

ଏଣୁ ଅନୁରୋଧ ରଖି 

 ଗର୍ଭପାତ କର ।


Rate this content
Log in

Similar oriya poem from Inspirational