Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Inspirational Abstract Others

2  

Prasanna Kumar Madala

Inspirational Abstract Others

ସମ୍ଭୋଗ

ସମ୍ଭୋଗ

1 min
6.9K


ଅଗୁଣକୁ ଖୋଲି     ନିତି ମିତେ ତୋଳି

   କାଢେ ନାହିଁ ଖଣ୍ଟ ଢଙ୍ଗରେ ଯାଇ

ଫଗୁଣକୁ ଗୋଳି   ଗୀତି ପ୍ରୀତେ ବୋଲି

   ବାଢେ କାହିଁ ଥଣ୍ଟ ରଙ୍ଗରେ ଥାଇ ।

ରସି ଜୋର ଭାଷେ   ରତି କ୍ରିୟା ଆଶେ

   ହସିଦେଇ ଖରେ ନାଚିଣ ଭୂମେ

ପଶି ମୋର ପାଶେ   ଅତି ପ୍ରିୟା ଆସେ

   ଘଷିଦେଇ ଥରେ ଯାଚିଣ ଚୁମେ ।

କଳାପ ଗହନ       ପରଶେ ଦହନ

  ଜାଳି କାୟା ଦଂଶେ ସିନା କାରଣେ

ସଂଳାପ ବହନ       ହରଷେ ସହନ

  ଖାଲି ମାୟା ବଶେ ବିନା ବାରଣେ ।

ବେଣା ତଳେ କାଢି     ଅବିଚଳ ଖାଡି 

   ଚାଳିଲି ସହଳ ସଂଯୋଗ ସେତ

ଡେଣା ବଳେ ଝାଡି     ଅବିରଳ ଛାଡି

   ଢାଳିଲି ବହଳ ସମ୍ଭୋଗରେତ ।

     ପ୍ରସନ୍ନ କୁମାର ମାଦଳା


Rate this content
Log in