Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

2  

Pranati Mahapatra

Others

ସାମ୍ପ୍ରତିକୀ

ସାମ୍ପ୍ରତିକୀ

1 min
326



ଜାତୀୟ ସମ୍ପତ୍ତି ଧୂଳିସାତ୍ ଆଜି

ମଦ ତ ମୁଖ୍ୟ କାରଣ,

ଦୁର୍ଘଟଣା, ଚୋରି, ରାହାଜାନି ପୁଣି

ଯାଏ କେତେ ଯେ ଜୀବନ।

ଭୟଙ୍କର ଚିତ୍ର ଆମ ଓଡ଼ିଶାରେ

ସେ ପାଇଁ କା' ନିଘା ନାହିଁ,

ମଦ ଆନାକୋଣ୍ଡା ଆଁ କରି ବସ୍ତି

ସହର ବଜାର ଗିଳଇ।

ଆନାକୋଣ୍ଡା ଖାଇ ଦେଲାଣି ଆମର

ଦେହ ଆତ୍ମା ଭବିଷ୍ୟତ,

କଲବଲ କରି ନେଇ ଯାଉଅଛି

ଦେଖାଇ ଅଫେରା ପଥ।


ଏତେ ତ ଯୋଜନା, ବିକାଶ ହେଉଛି

ଯଦି ମଦକୁ କର ଜବତ,

କେତେ ନାରୀ, ମାଆ,ଭଉଣୀଙ୍କ ଘର

ହୋଇଯିବ ସୁରକ୍ଷିତ।

ସୁସ୍ଥ ପରିବେଶ, ସୁସ୍ଥ ସମାଜ

ଦରକାର ଯେ ଆମର,

ଗଣତନ୍ତ୍ରର ପବିତ୍ର ଭୂମିରେ

ଏଇ ଆମ ଅଧିକାର।


ପ୍ରଣତି ମହାପାତ୍ର

ବାଲେଶ୍ଵର


Rate this content
Log in