Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Panda

Others

2  

Amulya Kumar Panda

Others

ବାର ମାସର ବାର କଥା

ବାର ମାସର ବାର କଥା

1 min
210


ଗ୍ରୀଷ୍ମେ ବୈଶାଖ ଜ୍ଯେଷ୍ଠ ମାସ

ଅହଂ ଭାବନା କର ହ୍ରାସ

ଯଦି ପଡିବ ତାର ଫାଶ

ହୋଇବ ଜାଣ ସର୍ବନାଶ ।

ବର୍ଷାରେ ଆଷାଢ ଶ୍ରାବଣ

ଲଙ୍କା ଅଧିପତି ରାବଣ

ଛପନ ଗଣ୍ଡା ବର ନେଲା

ଗର୍ବେ ଫୁଲିଣ ନାଶ ହେଲା ।

ଭାଦ୍ର ଆଶ୍ବିନ ଶରତରେ

ନାମ ରଖିବା ମରତରେ

ଗର୍ବ ଅହଙ୍କାର ଦୂର କର

ସବୁରି ହୃଦେ ପ୍ରେମ ଭର ।

ହିମେ କାର୍ତ୍ତିକ ମାର୍ଗଶିର

ବୁଦ୍ଧି ମତିକୁ କର ସ୍ଥିର

ଆଜି କାମକୁ ଆଜି ସାର

ନୋହିଲେ ବଢେ କାମ ଭାର ।

ଶୀତରେ ପୌଷ ମାଘ ମାସ

ସାଧୁ ସଂଗତେ କର ବାସ

ଆନେ ଉର୍ନ୍ନତି ଦିଅ ମନ

ଅର୍ଜନି ଅସତର ଧନ ।

ଫାଲ୍ଗୁନ ଚୈତ୍ର ବସନ୍ତରେ

ହାରି ନ ଯିବା ଜୀବନରେ

ଦମ୍ଭ ସାହସ ମନେ ଭରି

ବାହିବା ଜୀବନର ତରୀ ।

ବାର ମାସର କଥା ଏହି

ଭୁଲି ଯିବାନି ଆମେ କେହି

ଏତକ କଥା ଧ୍ୟାନ ଦେବା

ଦୀନ ଦୁଃଖୀଙ୍କୁ କରି ସେବା ।


ଅମୂଲ୍ୟ_କୁମାର_ପଣ୍ଡା

ଅରଙ୍ଗାବାଦ, ବରୀ, ଯାଜପୁର


Rate this content
Log in