ଦ୍ୱିତୀୟ ହୃଦୟ
ଦ୍ୱିତୀୟ ହୃଦୟ
ସକାଳର ସେହି ହାଲକା ପବନ
ଯେତେବେଳେ ମନକୁ ଆଉ ଶରୀରକୁ ସ୍ପର୍ଶ କରିଯାଏ
ମନେପକେଇଦିଏ ଅତୀତର ସେହି ସମ୍ପର୍କକୁ
ଯାହା ଦିନେ ନୀବିଡତାର ରୂପ ନେଇଥିଲା ,
ଭାଙ୍ଗିଲା ଏମିତି
ଯେମିତି ହାତରୁ କାଚଗ୍ଲାସଟିଏ ଖସିପଡିଲା
ନା ସେ ମନର କାଚ ଯୋଡି ହେବ
ନା ସେ ଭଲପାଇବାର ପାଣି ପୁଣି ଭରି ହେବ
କିଛି ଚୁନା ହେଇଗଲା ,
ଆଉ କିଛି ବୋହିଗଲା
ଜଣେ ଉଡ଼ିଗଲା ଆଉ ଜଣେ ଶୁଖିଗଲା
ସେ ହାଲକା ପବନରେ
କାଚ ଭାଙ୍ଗିବାର ଶବ୍ଦଟି ଖାଲି ଶୁଭାଗଲା
କିଛି ମୁହୂର୍ତ୍ତ ପାଇଁ
କିନ୍ତୁ ମନ ଭାଙ୍ଗିବାର ଶବ୍ଦଟା ଆଜି ବି ମୋ କାନରେ ହସି ହସି କହୁଛି
ମୁଁ କେବେ ତୁମର ନଥିଲି ନା ସମ୍ପୂର୍ଣ ନା ଚିରସ୍ଥାୟୀ.....
ଫେରିବା କି ନ ଫେରିବା କାହା ହାତରେ ନାହିଁ
ସେ ଜୀବନରେ ହେଉ କି ମୃତ୍ୟୁ ରୁ ହେଉ
ଖାଲି ବାହାନାଟିଏ ଲୋଡ଼ା
ବଞ୍ଚିଯିବା ପାଇଁ ଆଉ ଚାଲିଯିବା ପାଇଁ
ସିଧା ସିଧା ଉତ୍ତର ଦେଇ ଦେଇଥାନ୍ତ
ମୁଁ ଆପଣେଇ ନେଇଥାନ୍ତି ସତକୁ
କାରଣ ଭାଙ୍ଗିବାକୁ ଆଉ ଦ୍ୱିତୀୟ ହୃଦୟ ନାହିଁ .....