Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ରାକ୍ଷୀ ଉପହାର

ରାକ୍ଷୀ ଉପହାର

1 min
231


ରାକ୍ଷୀ ଉପହାର


ତିନି ପାଦ ଭୂମି ମାଗିନେବା ପାଇଁ

ବାମନ ରୂପରେ ଯାଇ

ଭିକ୍ଷାଂ ଦେହି ବୋଲି ଉଚ୍ଚାରିଲ ତୁମେ

ବଳି ଯଜ୍ଞଶାଳେ ଥାଇ ।

ଭକ୍ତ ପ୍ରହଲ୍ଲାଦ ବଂଶୋଦ୍ଭବ ଜ୍ଞାନୀ

ତୁମ୍ଭଙ୍କୁ ପାରନ୍ତେ ଜାଣି

ତୃତୀୟ ପାଦକୁ ମଥା ପାତି ଦେଇ

ବୋଲାଇଲେ ମହାଦାନୀ ।

ପ୍ରୀତ ହୋଇ ପ୍ରଭୁ ଦେଇଥିଲ ବର

ଛତ୍ରଛାୟା ତଳେ ରଖି

ମନୋବାଞ୍ଛା ତାର ପୂର୍ଣ୍ଣ କରି ତୁମ୍ଭେ

ସାଜିଥିଲ ଦ୍ବାରରକ୍ଷୀ ।

ଫେରିଲନି ଆଉ ବୈକୁଣ୍ଠ ପୁରକୁ

ଲକ୍ଷ୍ମୀ ଭାଳି ଗଲେ ଚଳି

ଆଜିର ତିଥିରେ ପାତାଳେ ପ୍ରବେଶି

ସମ୍ବୋଧିଲେ ଭାଇ ବଳି ।

ଲକ୍ଷ୍ମୀ ଆଗମନେ ଉଲ୍ଲସିତ ପ୍ରାଣେ

ପାଛୋଟି ନିଅନ୍ତେ ଡାକି

ଭାତୃରକ୍ଷା ପାଇଁ ବଳି ହାତେ ମାତା

ବାନ୍ଧି ଦେଇଥିଲେ ରାକ୍ଷୀ ।

ପ୍ରତିଦାନେ ରାଜା ଭଗିନୀ ସଂଖୋଳି

କହିଲେ କି ଦେବି ଆଜ

ଲକ୍ଷ୍ମୀନାରାୟଣ ମୋର ପୁରେ ଥାଉଁ

ସମ୍ପଦେ କି ଆଉ କାର୍ଯ୍ୟ !

ତ୍ରିପୁର ବିଭବ ଅଧିକାରିଣୀ ଗୋ

ଉପହାର ଦେବି କିସ

କରିଲେ ଯାଚନ ହସିହସି ପାଦେ

ଅରପିବି ମୋର ଶୀର୍ଷ ।

କମଳା କହିଲେ ପ୍ରଭୁ ଯେବେ ତୋର

ଦ୍ଵାରପାଳ ସାଜିଥିବେ

ତିନି ପୁରେ କହ ତାଙ୍କରି ବିହୁନେ

ରହି କି ପାରିବେ ଜୀବେ ।

ରକ୍ଷାବନ୍ଧନର ମହତ ରଖି ମୋ

କାନ୍ତଙ୍କୁ ଦିଅରେ ଛାଡି

ଉପହାର ମୋତେ ଶରଧାରେ ଦିଅ

ନାଲିଆ ରେଶମୀ ଶାଢ଼ୀ ।


ପ୍ରସନ୍ନ କୁମାର ମାଦଳା


Rate this content
Log in