ଜଳି ସାରିଥିବା ଦୀପର ସଳିତା
ଜଳି ସାରିଥିବା ଦୀପର ସଳିତା
1 min
6.8K
ମହାସ୍ମୀତା
ଜଳି ସାରିଥିବା ଦୀପର ସଳିତା
ଉଁଆସୀ ମୁଁ ରାତିଟିଏ
ଜଳିବାକୁ ପୁଣି ଜାଗେ ମନ କିଆଁ
ପ୍ରୀତି ମୁଁ ଆବେଗ ଟିଏ
ଅନ୍ଧାର ଯେତେ ଗାଢ଼ ହୁଏ ମୋର
କୁନ୍ତଳେ କାନ୍ତି ଝରେ
ଲିଭିଗଲେ ଜହ୍ନ ଆକାଶ ଦେହରେ
ଆଖିରେ କଜଳ ଭରେ
ଚପଳାର ଛିଟା ରକ୍ତ ଜବାରେ
ଚଞ୍ଚଳେ ଓଠ ମୋର
ଖୋଜେ ମନ ମୋର ନଈର ବୁକୁରେ
ଛାପ ଟିକେ ଆଙ୍କିବାର।