ମେଘ
ମେଘ
ମେଘ:
ଛଅ ଋତୁ ଭିତରେ ବରଷା ରାଣୀ
ନେଇ ପାରେ ସଭିଙ୍କ ମନକୁ କିଣି,
ସେ ସମୟେ ହସୁଥାଏ ଆମ ଧରଣୀ
ଆକାଶଟା ଘୋଡ଼ି ହୁଏ ମେଘ ଓଢଣୀ ।।
ମେଘ ପାଲିଙ୍କିରେ ବସି ବରଷା ଆସେ
ମେଘ ଟିକେ ପାଇ ସାରା ଦୁନିଆ ହସେ,
ବାଦଲ ସାଥିରେ ଏଠି ପ୍ରେମ ମେଘର
ଦିନେ ଅଧେ ନୁହେଁ ସେତ ଯୁଗ ଯୁଗର ।।
ବରଷା ଆସେ ଚଢ଼ି ମେଘ ସବାରୀ
ଚାରିଆଡ଼ ଦିଶେ ଗଛ ପତ୍ରରେ ଭରି,
ସେ ବାଦଲ ବେଳେ ବେଳେ ଗରଜେ ମେଘ ଉପରେ
ମେଘ ରାଣୀ ଆଖିରୁ ଲୋତକ ଝରେ ।।
ଆସିନି କେବେ ତାଙ୍କ ପ୍ରେମରେ ଜୁଆର
ସେଥିପାଇଁ ସେ ସମ୍ପର୍କ ଜନ୍ମ ଜନ୍ମର,
ଯୋଉ ବାଦଲ ଗର୍ଜି ମେଘକୁ ଡ଼ରାଏ
ସେ ବାଦଲ ଅଳ୍ପ ଗର୍ଜି ମେଘକୁ ମନାଏ ।।
ମେଘର ତ' ଧର୍ମ ସିଏ ଝରି ଯାଏ
ଚଷା ଭାଇ ମୁହଁରେ ହସ ଖେଳାଏ,
ମେଘ ବରଷିଲେ ଏଠି ଖୁସି ବରଷେ
ଧରଣୀ ରାଣୀ ମୁହଁ ଭରେ ହରଷେ ।।
ଧରଣୀ ରାଣୀ ଖୁସି ମେଘ ଉପରେ
ମେଘ ରାଣୀ ବରଷେ ତା' ଖୁସିରେ,
ଝରିଯିବା ଖାଲି ସେତ ମେଘର ଧର୍ମ
ମେଘ ସାଥେ ଯୋଡ଼ା ହୁଏ ବାଦଲ ନାମ ।।
ମେଘ ପାଖେ ନଥାଏ ନିଜ,ପର,ଆପଣା
ନଥାଏ ତା'ପାଖେ ବର୍ଷିବାର ଠିକଣା,
ସବୁ ଆଡେ ହସି ଖେଳି ବରଷି ଯାଏ
ସଭିଙ୍କ ମୁହଁରେ ସେ ହସ ଖେଳାଏ ।।
ସତ୍ୟବ୍ରତ ଦାସ
ରାଉରକେଲା