Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

2  

Prasant Kumar Nath

Others

ଶିକ୍ଷା ହିଁ ସବୁଠୁଁ ଉର୍ଦ୍ଧରେ

ଶିକ୍ଷା ହିଁ ସବୁଠୁଁ ଉର୍ଦ୍ଧରେ

1 min
144



ଶିକ୍ଷା ସମ ଏହି ଦୁନିଆଁରେ କୁହ

ଆଉ କିଏ ସତେ ହୋଇବ

ଧନ ଦଉଲତ କେଉଁଥିରେ ତାକୁ

ତୁମେକି ତଉଲି ପାରିବ ।


ଧନ ନୁହେଁ କେବେ ଚିତ୍ରସ୍ଥାୟୀ ଜମା

ସବୁବେଳେ ସାଥେ ରହିବ

ପାଠ ପଢି ତୁମେ ଶିକ୍ଷିତ ହୋଇଲେ

ମାନ ଓ ସମ୍ମାନ ପାଇବ ।


ଉଚିତ ମାର୍ଗଟି ଶିକ୍ଷାଯେ ଦେଖାଏ

ଭଲ ମନ୍ଦ କରେ ବିଚାର

ତୁମେ ଯଦି ଥରେ ଶିକ୍ଷିତ ହୋଇବ

ଆପେ ଭରିଯିବ ଅମ୍ଭାର ।


ନଷ୍ଟ ହୋଇପାରେ ଧନ ଓ ସମ୍ପତ୍ତି

ଚୋର ନେଇପାରେ ଚୋରେଇ

ଶିକ୍ଷା ରହିଥିଲେ ପାଖରେ ଆମର

ଯାଇନାହିଁ କେବେ ଦୁରେଇ ।


ଧନରେ ପଛରେ ଧାଅଁନାହିଁ କେବି

ଅର୍ଜନ କରିବା ପାଇଁକି

ଶିକ୍ଷିତ ହୋଇଲେ ତୁମ ପଛେ ଧନ

ଆସିବ ଯେ ଧାଇଁ ଧାଇଁକି ।


ବିନା ଶିକ୍ଷାଦାନେ ବାଇ ହେବ କାହିଁ

ଧନ ପାଇଁ କୁହ ମିଛରେ

ଦୁନିଆଁରେ ଶିକ୍ଷା ସବୁଠୁଁ ଉର୍ଦ୍ଧରେ

ଆଉ ସବୁ ପରା ପଛରେ ।



Rate this content
Log in