Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜୀବନ ଗୀତା-୧୭୦
ଜୀବନ ଗୀତା-୧୭୦
★★★★★

© Geeta Sarangi

Others

1 Minutes   6.9K    7


Content Ranking

 

ଜୀବନ ସଂପର୍କର
ସରୁ ସୂତା ଖିଅ ଟିଏ
ବାନ୍ଧିଥାଏ ସଭିଙ୍କୁ
ମମତାରେ ମୃତ୍ୟୁ ଯାଏଁ ॥୦॥

ଅନୁପମ ସେ ସଂପର୍କ
ନାହିଁ ତାହାର ତୁଳନା
ସଂପର୍କରେ ନଥାଏ ତ
ଟିକେ ହେଲେବି ଛଳନା
ଭାବର ଅଭାବରେ
ମନ ବିଚଳିତ ହୁଏ ॥୧॥

ଜୀବନରେ ସ୍ନେହ ପ୍ରେମ
ମମତାର ମୂଳଧନ
ଦେଇ ସିନା କିଣିହୁଏ
ସବୁରି ହୃଦୟ ମନ
ପ୍ରେମ ଆସଇ ଫେରି
ଚକ୍ରବୃଦ୍ଧି ସୁଧହାରେ ॥୨॥

 

 

 

 

 

 

 

 

ଜୀବନ ଓଡିଆ

Rate the content


Originality
Flow
Language
Cover design

Comments

Post

Some text some message..