ନିଦଟିକେ
ନିଦଟିକେ
ଲୁହା ସହ ଲୁହାର ଘର୍ଷଣ ,
ମଣିଷକୁ ମଣିଷର।
ତାଯୋଗୁଁ ତିଆରି ଯେତେସବୁ
ଉତ୍ତାପ ହଳାହଳ ,
କଳହ କୋଳାହଳ !
ଏ ସବୁରେ ହୋଇପାରେ କି' ନିଦଟିକେ ?
ହୁଏ ବୋଧେ !
ଷ୍ଟେସନ୍ ବାରଣ୍ଡାରେ,
ମୁହଁମାଡି ପଡିଥିବା ସେ ମଳିଛିଆ ମାଇପିଟା'
ଦେଖ !
ଶୋଇଗଲା ଆସି ନିଘୋଡ଼ ରେ'
ଶାନ୍ତି ନା ଅଶାନ୍ତିରେ ?
ଶୁଖା ଥନ ଭିଡୁଥିବା କଅଁଳାର
ପେଟଭରେ ସତ ଅବା ମିଛୁଟାରେ ?
ଭାବୁଭାବୁ,
ବିକଟାଳ ମୋ' ଗାଡି ଆସି ହାତଠାରେ ,
ମୋ' ପାଇଁ ବ୍ୟବସ୍ଥିତ , ଶୀତତାପ ଆଦିସବୁ ,
ତଥାପି ବି , ଭାଗ୍ୟ ନାହିଁ ,
ମୋ' ଭାଗର ନିଦଟିକେ !!!!
@ ଅମୀୟ ବେଜ୍