Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ଅଭୁଲାର ଚଉଛକି

ଅଭୁଲାର ଚଉଛକି

1 min
6.4K


ଅଭୁଲାର ଚଉଛକି

 

ଆଭାକାନ୍ତ ମହାନ୍ତି

 

ଅସୀମ ପଥର ଆସାମୀ ହେ ଆମ ଅସ୍ତ ଯଦି ସୀମାବଦ୍ଧ

ଅସ୍ମିତା ଆଡ଼େଇ ଆଣି କିଆଁ କର ଅସହିଷ୍ଣୁ ଛନ୍ଦେ ବନ୍ଦ ?

       ଆସିବ କି ଆଉ ଭୂଗୋଳ ଆବୋରି ଆଙ୍କିବାକୁ ଇତିହାସ

       ଆସିଲେ ଆଶ୍ଚର୍ଯେ ଆଲୋଚନେ ନିଶ୍ଚେ ଆଙ୍କିବ ଆଜିର ପ୍ରାସ ।

 

ଆସିଲେ ବି ଆଉ ଆବୋରିବ ନାହିଁ ଆଜିର ଗଢ଼ା ଗରିମା

ଆସନ୍ତା ଅରୁଣ ଆଗେଇ ଆଙ୍କିବ ଆମ ଆଉଟା ଅଣିମା,

       ଅବାରିତ ଯଦି ଆସିବା-ଯିବାଟା ଅଖ ପ୍ରାୟେ ଚକ ଛନ୍ଦେ

       ଆଙ୍କିବାନି କିଆଁ ଅସୁମାରି ଆଶା ଅଗ୍ରଗାମୀର ଆହ୍ଲାଦେ ?

 

ଆମ ଆସିବାଟା ଆଲୋଡୁ ଅବଜ୍ଞା ଆକୁଳାଉଥିବା ଅହେଂ

ଆଗ୍ରହେ ଆମନ୍ତ୍ରି ଅଭେଦ୍ୟ ଆଲେଖ୍ୟ ନବ-ଅର୍କ ଅଭ୍ୟୁଦୟେ,

       ଆସି ପ୍ରତିଥର ଅର୍ପି ସାମାଜିକ ଯଜ୍ଞରେ ଆତ୍ମୀୟ ଅର୍ଘ୍ୟ

       ଆତ୍ମା ଅମରତ୍ୱେ ଅଜାଡ଼ିବା ସିନା ଅଙ୍ଗୀକାର ସଉଭାଗ୍ୟ ।

 

ଆଉ ଏଣିକି ହେ ଅଛି କେତେଦିନ ଆଗୁଆଳୀ ଅହେତୁକୀ

ଆଙ୍କି ଆଗେଇଯା ଅନନ୍ତ ପଥରେ ଅଭୁଲାର ଚଉଛକି ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in