Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Inspirational

2  

Sarada Parida

Inspirational

ପ୍ରବାସ

ପ୍ରବାସ

1 min
7.0K


ପ୍ରବାସିଆର ଠିକଣା କାହିଁ

ବିପଦେ ସମ୍ପଦେ ଆପଣା ନାହିଁ

ମୁକ୍ତ ପବନ ମୁକ୍ତ ନୁହେଁ

ନିଶ୍ୱାସ ନେବାକୁ ବିଶ୍ୱାସ ନୁହଁ

ପ୍ରବାସ ବିହଙ୍ଗ ପ୍ରବାସୁ ଯାଏ

ଆପଣା ସଂସାର ସ୍ଵଦେଶେ ପାଏ

ପ୍ରବାସ ନୁହଁଇ ନିଜ ଆୟତ୍ତ

ପେଟ ଚାଖଣ୍ଡକ କଢାଏ ବାଟ

ପ୍ରବାସ ଠାରୁ ଦୁଃଖ ନାହିଁ

ପରିତୋଷ ଠାରୁ ସୁଖ ନାହିଁ

ସାଗର ଠାରୁ ଦୁଖୀ ସିଏ

ହସିବା କାନ୍ଦିବା ସମାନ ଯାଏ

ପ୍ରବାସ ଜୀବନ ଯମ କଷଣ

ଆୟୁଷ ନିଅଣ୍ଟ ପର ଶରଣ

ଗମାରୁ ହୃଦୟ ଘୁମୁରି କାନ୍ଦେ

ଆୟୁଷ ନିଗାଡ଼ି ପେଟକୁ ବାନ୍ଧେ

ଯିଏ ଯେଉଁଠିଁ ଥାଅ

ସ୍ଵଦେଶ ମହକ ପାଅ

ପର ଦେଶେ ପଛେ

ପାରିତୋଷିକରେ

ପରିତୋଷ କରୁଥାଅ

ଜନମନ ମୋହୁ ଥାଅ

ଆପଣା ଆଚାରେ ଆପଣା ବିଚାର

ସ୍ଵଦେଶ ଗୁଣ ଗାଅ

©ଶାରଦା ପ୍ରସାଦ ପରିଡ଼ା


Rate this content
Log in

Similar oriya poem from Inspirational