Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ଧରମ ସଞ୍ଚିବି କରମେ ବୋଲି ମୁଁ

ଧରମ ସଞ୍ଚିବି କରମେ ବୋଲି ମୁଁ

1 min
189


ଧରମ ସଞ୍ଚିବି କରମେ ବୋଲି ମୁଁ

କର୍ତ୍ତବ୍ୟରେ ଗଲି ସଦା

କର୍ତ୍ତବ୍ୟର ପଥ କଲା ମୋତେ ରୋଧ

ହେଲା ମୋ ଜୀବନ ବାଧା


ଅନାଇ ବସିଛି ଶ୍ମଶାନ ଭୂଇଁ କୁ

ଯିବି ବୋଲି କେବେ ଦିନେ

ନାଟକ ମଞ୍ଚରେ ନାଟକ ମୁଁ କରେ

କର୍ତ୍ତବ୍ୟର ସମ୍ପାଦନେ


କରୁଥିଲି ଯାହା ଦେଖୁଥିଲି ତାହା

ସପନ ହୋଇଲା ସବୁ

ଯାହା ବି ପାଇଲି ହୃଦୟର ବୋଲି

ହେଲା ନାହିଁ ମୋର କାବୁ


ତଥାପି ବଞ୍ଚିଛି ମରୀଚିକା ପଥେ

ପ୍ରାଣ ଅଛି ବୋଲି ପାଶେ

ମାୟାର ମଣିଷ ପାଇଯିବ କାଳେ

ଜୀବନର ଅବଶେଷେ।


କହିଥିଲା ଦିନେ ସମର୍ପିତା ବୋଲି

ସ୍ଵପ୍ନର ନାୟିକା ମୋର

ଅକୁଣ୍ଠିତ ଥିଲା ତନୁ ମନ ତାର

ଆଜି ସିଏ ସାତ ପର


ମୋର ସ୍ନେହ ଶ୍ରଦ୍ଧା ପାଇଲାନି ଅବା

ହୋଇଗଲା ସ୍ମୃତି ପୃଷ୍ଠା

ପ୍ରେମ ପ୍ରୀତି ସୀମା ମାପି ହୁଏ ନାହିଁ

ହୁଏ ନାହିଁ କାହା ନିଷ୍ଠା।


ସ୍ଵପ୍ନ ର ସଉଧ ତୋଳିଥିଲି ଯାହା

ପ୍ରେମରେ ପାଗଳ ହୋଇ

ମାୟାର ସଂସାର ନାଟକର ମଞ୍ଚ

ଅଭିନୟେ ଗଲି ରହି


ଆସିବକି ଆଉ ସେଦିନ ମୋହର

କରିବି ପୁଣି ନାଟକ

ଚାଲୁଥିବି ପୁଣି ପ୍ରିୟା ହାତ ଧରି

ଦେଉଥିବ ପ୍ରୀତି ପୁଷ୍ପ


ପ୍ରଶାନ୍ତ କୁମାର ହୋତା


Rate this content
Log in