Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

3  

Sukanti Hotta

Others

ବହିଟିଏ ମୁଁ ବହିଟିଏ

ବହିଟିଏ ମୁଁ ବହିଟିଏ

2 mins
193


ବହିଟିଏ ମୁଁ ବହିଟିଏ.......


ଜ୍ଞାନୀଙ୍କ ପାଇଁ ମୁଁ ଆଲୋକର ଘର, ଅଜ୍ଞାନୀଙ୍କ ପାଇଁ ବୋଝଟିଏ ।

ଗରିବଠୁଁ ଧନୀ ସଭିଁଙ୍କ ଘରରେ ଥାକଥାକ ହୋଇ ରହିଥାଏ ।

କେତେ ଇତିହାସ, ଭୂଗୋଳ, ସାହିତ୍ୟ ମୋ ହୃଦେ ସ୍ଥାନ ପାଇଥାଏ ।

ରାଜନୀତି ଅର୍ଥନୀତି ବିଜ୍ଞାନ ବାଣିଜ୍ୟ ମୋ ପୃଷ୍ଠାରେ ଲେଖା ହୋଇଥାଏ ।


ବହିଟିଏ ମୁଁ ବହିଟିଏ.......


ପିଲାଠାରୁ ବୁଢା ସଭିଁଙ୍କୁ ଖୁସି ନିମିଷକ ମଧ୍ୟେ ଦେଇଥାଏ ।

ମୋ ଠାରୁ ଜ୍ଞାନ ଯିଏ ନେଇଛି ଡାକ୍ତର ପ୍ରଫେସର ଇଞ୍ଜିନିଅର ସେ ହୋଇଥାଏ ।

କବି, ଲେଖକ,ଶିକ୍ଷକ, ଦାର୍ଶନିକ,କଳାକାର, ଜ୍ୟୋତିଷ ଓ ଗବେଷକକୁ ମୁଁ ସୃଷ୍ଟି କରିଥାଏ ।

ମୋତେ ସନମାନ ଯିଏ କରନ୍ତି ତାକୁ ଉଚ୍ଚ ଆସନ ମୁଁ ଦେଇଥାଏ ।


ବହି ଟିଏ ମୁଁ ବହିଟିଏ......


ଗୀତା ଭାଗବତ ରାମାୟଣ ରୂପେ ଘରେଘରେ ପୂଜା ପାଉଥାଏ ।

ବାଇବେଲ, କୋରାନ ଅନାନ୍ୟ ଗ୍ରନ୍ଥ ମୋ ଯୋଗୁ ପ୍ରଚାର ପ୍ରସାର ହୋଇଥାଏ ।

ଶାନ୍ତି ଅହିଁସାର ଅମୃତ ବାଣୀ ଚର୍ତୁଦିଗେ ମୁଁ ବାଣ୍ଟୁଥାଏ ।

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଶେ ରହିଥାଏ ।


ବହିଟିଏ ମୁଁ ବହିଟିଏ........


ସାରା ବିଶ୍ୱରେ ମୋହରି ଆଦର ରଙ୍ଗବେରଙ୍ଗ ମୋ ଦେହଟିଏ ।

ହସଲୁହର ସତ୍ୟ, ମିଥ୍ୟା ଘଟଣା ମୋ ଦେହରେ ଲେଖା ହୋଇଥାଏ ।

କିଏ ଫୋପାଡ଼େ କିଏ ଗୋଟାଏ କିଏ ପୁଣି ମୋତେ ଜଳାଇ ଦେଉଥାଏ ।

କିଏ କିଏ ମୋର ପୃଷ୍ଠାକୁ ଚିରି ଚଣା ମୁଢ଼ି ଧରି ଖାଉଥାଏ,କାଗଜ ଡ଼ଙ୍ଗା କରି ଭସାଉ ଥାଏ ।


ବହିଟିଏ ମୁଁ ବହିଟିଏ.........


ପ୍ରେମିକ ପ୍ରେମିକା ଚିଠିକୁ ଧରି କୁରୁଳି କୁରୁଳି ହସୁଥାଏ ।

ଗୋଲାପଫୁଲ,ମଯୂରଚୂଳ,ବେଲପତର ଧରି ମହମହ ହୋଇ ବାସୁଥାଏ ।

ଆଇ ବୁଢ଼ୀ ଆଉ ମାଆ ମାଉସୀଙ୍କ ସରାଗାତ ସ୍ଥାନ ନେଇଥାଏ ।

ପାଞ୍ଚସହ ହଜାର ସବୁ ନୋଟକୁ ଲୁଚେଇ ଲୁଚେଇ ରଖିଥାଏ ।


ବହିଟିଏ ମୁଁ ବହିଟିଏ.....


ଇଣ୍ଟରନେଟ ଆଉ ଅନଲାଇନ ମୋସହ ପ୍ରତିଯୋଗିତା କରିଥାଏ ।

ଦେଶ ବିଦେଶର ସବୁ ଖବର ସଙ୍ଗେସଙ୍ଗେ ସେ ଦେଉଥାଏ ।

ପରି ଶେଷରେ ସବୁ କିଛି କିନ୍ତୁ ମୋ ଦେହେ ସେ ଲେଖି ରଖିଥାଏ ।

କୋର୍ଟ କଚେରୀ ଓ ସମ୍ଭିଧାନର ସବୁ ନିୟମ ମୋଠାରୁ ସେ ଶିଖିଥାଏ ।


ବହିଟିଏ ମୁଁ ବହିଟିଏ.........


ମୋଠାରୁ ବଡ଼ କିଏ ନାହିଁ ଏଠି ମେଳା, ପ୍ରଦର୍ଶନୀ ଲାଇବ୍ରେରୀରେ ଶୋଭାପାଏ ।

ସଭାସ୍ଥଳୀ ଆଉ ବିଭିନ୍ନ ଉତ୍ସବରେ ଉଦଘାଟନ ମୋର ସଦା ହୁଏ ।

ଅଗଣିତ ମୋର ନାମ ରୂପ ଭାଷା ପକେଟରେ ମଧ୍ୟ ବୁଲୁଥାଏ ।

ଜୀବନଦୀପର ଛୋଟ ଡ଼ଙ୍ଗାଟିର ମୁଁ ପରା ଏକ ମଙ୍ଗଟିଏ ।


ବହିଟିଏ ମୁଁ ବହିଟିଏ.......


କାହାଠାରୁ ମୁଁ ସୃଷ୍ଟି ହୋଇଛି, ଜାଣି ନାହିଁ ମୋର ସ୍ରଷ୍ଟା କିଏ ।

ଚିର ନମସ୍ୟ ମୁଁ ମଣିଷ ପାଖରେ ମୋହର ଆଦର କରେ ସିଏ ।

ତାରବିନା ମୋର ଜୀବନଟି ଅଧା ତାର ପାଶେ ମୁଁ ଋଣୀଟିଏ ।

ତା ଯୋଗୁଁ ପ୍ରଚାର, ପ୍ରସାର ପ୍ରଶଂସିତ ହେଲି ତା ଠାରୁ ବଡ଼ ନାହିଁ କିଏ ।


ବହିଟିଏ ମୁଁ ବହିଟିଏ...........


ଅସରନ୍ତିର ଭଣ୍ଡାର ମୁଁ ଅଟେ ମଣିଷ ହାତର କଣ୍ଢେଇଟିଏ ।

କେତେ ଜନ୍ମର ସୁକୃତ ଯୋଗୁଁ ବେଦ ରୂପେ ମୁଁ ପୂଜାପାଏ ।

ଗଣେଶ ସରସ୍ବତୀ ଦେବଦେବୀ ହାତେ ସଦାବେଳେ ମୁଁ ଶୋଭାପାଏ ।

ଧନ୍ୟ ହେଲି ମୁଁ ବହିଟିଏ ହୋଇ ବିଶ୍ୱରେ ଏକତା ଆଣୁଥାଏ ।


ବହିଟିଏ ମୁଁ ବହିଟିଏ...........


ସୁକାନ୍ତି ହୋତା

ତାଳଚେର

70088194766


Rate this content
Log in