Audio

Forum

Read

Contests

Language


Write

Sign in
Wohoo!,
Dear user,
ବେସୁରା ଗୀତି-୭୩୨
ବେସୁରା ଗୀତି-୭୩୨
★★★★★

© Bijay Prusty

Romance Others Abstract

1 Minutes   6.8K    5


Content Ranking

ବରଷା ତୁ ଆଜି କାହିଁକି କେଜାଣି

ଏମିତି ବରଷି ଗଲୁ

ମାନିଲୁନି କିଛି ବାଧା ଓ ବନ୍ଧନ

ସଭିଙ୍କୁ ତିନ୍ତାଇ ଦେଲୁ ॥

ଭିଜିଗଲେ ସବୁ ଅତୃପ୍ତ ପରାଣ

ଶୀତଳ ହୋଇଲା ମନ

ମୁଁ କିନ୍ତୁ ଭିଜିନି ଛୁଇଁ ନାହିଁ ତୋତେ

ଖାଇଛି ପରା ମୁଁ ରାଣ ॥

ତୋ କୋପରେ ଏବେ ନଈ ବଢି ଯିବ

ବନ୍ୟା ଜଳ ଯିବ ବୋହି

ଦୁଃଖ ର ଘରଟେ ନଈ କୂଳେ ମୋର

ତାକୁ ଭାଙ୍ଗି ଦେବୁ ନାହିଁ ॥

ଦୁଃଖ ପରା ଆଜି ସାଥି ଟିଏ ମୋର

ରହିଛି ମୋ ପଖେ ପାଖେ

ତୋ କୋପ ଦୃଷ୍ଟିରେ ଚାହିଁବୁନି ତାକୁ

ଭାଙ୍ଗିବୁନି ତୋର ହାତେ ॥

ସୁଖ ଟିକେ ମୋତେ ମିଳିଲାନି ବୋଲି

ଦୁଃଖ କୁ ସାହାରା କରି

ଆଖିର ଲୁହରେ ଜିଉଁଛି ଜୀବନ

ଦଣ୍ଡେ ଜିଇଁ ଦଣ୍ଡେ ମରି ॥

ବର୍ଷା ବେସୁରା ଗୀତ ଶୀତଳ ମନ

Rate the content


Originality
Flow
Language
Cover design

Comments

Post


Some text some message..