Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ବିଭୀଷଣର ବାହାଘର ପର ବ୍ୟଥା

ବିଭୀଷଣର ବାହାଘର ପର ବ୍ୟଥା

1 min
6.8K


ବିଭୀଷଣର ବାହାଘର ପର ବ୍ୟଥା

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଦିନେ ମୋ ପ୍ରିୟ ସାଙ୍ଗ ବିଭୀଷଣ

ଚାହା ଦୋକାନରେ ଦେଖା ହେଲା ଜାଣ

ଥଟ୍ଟା ତାମସାରେ ଦେଲି ପଚାରି

ବାହାଘରର ମଜା ନେଉଛୁ

ଏ ଅଧମକୁ କିଆଁ ମନେପକଉଛୁ

ସାଙ୍ଗେସାଙ୍ଗେ ଦେଲା ଉତ୍ତର

ଅଦେଖା ଘା’ର ଅସୀମ କଥା

ତୁମକୁ ନକହି କାହାକୁ କହିବି ବ୍ୟଥା

କହିଉଠିଲା ନିଜ ମନକଥା

ମୋ ମାଇପର କଥା ଭାରି ଟାଣ

କଥାକଥାକେ ପକାଉଛି ରାଣ

ଛାଡୁଛି ପ୍ରତି କଥାରେ ବ୍ୟଙ୍ଗର ବାଣ

ମର୍ଣ୍ଣିଙ୍ଗ୍ ଟି ଏବେ ମୁଁ ଦେଉଛି ବନେଇ

ମ୍ୟାଡାମ୍ ଙ୍କ ଉଠିବା ସମୟ ହେଉନାହିଁ

ପ୍ରାୟତଃ ହୋଟେଲ୍ ଆଉ ପିକ୍ଚର୍

କଥା ମାନି ମାନି ମୁଁ ପମ୍ପଚର୍

ଏବେ ତ ଦେଇଛି ନୂଆ ଆଦେଶ

ଆଣିବନି ଯଦି ନୂଆ ଗାଡ଼ି

ବାପଘରକୁ ଯିବି ତୁମକୁ ଛାଡ଼ି

ଅତିଷ୍ଠ ହୋଇ ଦେଲି ଦି ପାହାର

ମିଳିଲାନି ଦୁଇଦିନ ଆହାର

ବାପଘରକୁ ଡେଲି ମାରୁଛି ଫୋନ୍

ବଦଳିଯାଉଛି କହିବା ଟୋନ୍

ତା ‘ମା ଚଣ୍ଡୀ’ ଫୁଙ୍କିଦେଉଛି କାନେ

କିପରି ଦେବ ପତିକୁ ପାନେ

ଦିନେ ତ ହୋଇଗଲା ଅତି

ଫୋନ୍ କରିଥିଲା ସାଙ୍ଗ ଇତି

ମ୍ୟାଡାମ୍ ଫୋନ୍ ଦେଲେ ଉଠେଇ

ସେହିଦିନଠାରୁ ଥେଇଥେଇ

ଡେଲି ସୃଷ୍ଟି କରୁଛି ଝଗଡ଼ା ଜବର

କାହାକୁ କହିବି ଭିତିରି ଖବର

ଯେଉଁଦିନରୁ ବାହାଘରର ବାଜିଛି ବାଜା

ଥିଲି ଘରର ରଜା, ଏବେ ପୂରା ପ୍ରଜା

ଆଜିକାଲି ସ୍ୱାମୀ-ସ୍ତ୍ରୀର ବନ୍ଧନ

ହୃଦୟର ଭାବହୀନ ସ୍ପନ୍ଦନ

ବିନା ହ୍ୟାଣ୍ଡେଲ୍ ରେ ଗାଡ଼ି ଚାଲେ ମାଡ଼ି

ନା ତ ପ୍ରେମ, ନା ଆପଣା, ନା ବିଶ୍ୱାସ

ଖାଲି ଚାଲିଛି, ଚାଲିଛି, ଚାଲିଛି... ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy