Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Titi Sarangi

Others

2  

Titi Sarangi

Others

ମୂଳମନ୍ତ୍ର

ମୂଳମନ୍ତ୍ର

1 min
6.6K


ଶିମିଳି ପଳାଶ ଫୁଟି ଝଡିଯାନ୍ତି

ଚୈତ୍ର ଛାତିରେ କୁଢକୁ କୁଢ

ଚୋରା ଚଇତିରେ ବାସ ଭରିଦେଇ

ଫୁଟିଲାଣି ନବ ମଲ୍ଲିକା କଢ ।

ଶୁଭ୍ର ବେଶରେ ସୁବାସଟିକକ

ତା ପାଇଁ ଅମୂଲ ମୂଲ

ଯେତେ ରଙ୍ଗଥିଲେ କି ହେବ ସତରେ

ସୁଗୁଣ ସବୁଠି ପାଏ ଆଦର ।

ଏତେ ଫୁଲ ଅଛି ସଭିଙ୍କ ମେଳରେ ଫୁଟିଛି

ସତେ କି ସେ ରାଣୀଟିଏ

ମନହଜା ତାର ମିଠା ମିଠା ବାସ୍ନା

ଋତୁରାଜଙ୍କର ପରଶ ଦିଏ ।

ଦେହ ଡେଇଁ ଛୁଇଁ ଯାଉଛି ମନକୁ

ନବ ମଲ୍ଳିକାର ନୂଆ ଗୁଚ୍ଛଟି

ଅବୁଝା ମନ ବି ବୁଝିଯାଉଅଛି

ଜୀଇଁବାର ଏଇ ମୂଳ ମନ୍ତ୍ରଟି ।

ଜୀବନ ଭିତରେ ପ୍ରେମଟିକେ ଥିଲେ

ସେ ସିନା ଜୀବନେ ଗଣା

ନହେଲେ ଅନେକ ସମ୍ପର୍କ ଭିଡରେ ।


Rate this content
Log in