Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ବରଷାରେ ଯେବେ

ବରଷାରେ ଯେବେ

1 min
6.7K


ଥମୁଚି ବରଷା ଆସୁଛି ଭରଷା

ଉଠୁଛି ହିଲ୍ଲୋଳ ହିଆ

ଆସିବ କି ସତେ ମୋ ପ୍ରିୟା ମାନସୀ

ମାନସରେ ଦେଖେ ଥୁଆ

ମନ ବରଷାରେ ବରଷେ ମାନସୀ

ମାନସକୁ ଆଣି ଥୋଇ

କହେ ନାହିଁ କିଛି ଗରଜି ଗରଜି

ନେଇ ଯାଏ ସବୁ ଧୋଇ

ମାନସ ମାନସୀ ରୂପରେ ରୂପସୀ

ହେଲା ନାହିଁ ମନ ତୋଷି

ବରଷା ବରଷି ଯାଉଥିଲେ ଆସି

ଯିବ ସିନା ଧନ ରାଶି

ବରଷାର କାଳ ହେଲେ ବିକଟାଳ

ରହେ ନାହିଁ କାର ବଳ

ଯଥା ମାନସୀରେ ହେଲେ ସମାକୁଳ

ମଦନ ହୁଏ ଚଞ୍ଚଳ

ପ୍ରଣୟ ଆଳାପ ପ୍ରୀତି ଅନୁକମ୍ପ

ଦେହ ସାରା ଯାଏ ଥରି

ଅସ୍ଫୁଟ ପ୍ରୟାସ ହେଲେ ପରିହାସ

ପୌରୁଷତ୍ଵ ଯିବ ଚିରି

ଯାଉ ପଛେ ବିତି ଏ ବରଷା ରାତି

ଆଳାପରେ କରି ପ୍ରୀତି

ମଧୁର ଆଳାପ ପ୍ରଣୟ ଅମାପ

ପାଉଥିବ ତନୁ ତାପି

ଆହାରେ ଆହୁଲା ପାଣିରେ ଚହଲା

କେତେ ତୁ ମାରିବା କାତ

ମଝି ନଇ ଧାରେ ବରଷା କାଚିଲେ

କରୁଥିବୁ ଅନୁତାପ…..

ପ୍ରଶାନ୍ତ କୁମାର ହୋତା 


Rate this content
Log in