Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Balabanta Sahu

Others

2  

Balabanta Sahu

Others

ପ୍ରେମର ଇତିବୃତ୍ତ

ପ୍ରେମର ଇତିବୃତ୍ତ

1 min
3.3K


ପ୍ରେମଥାଳ ନେଇ
ଖସିପଡ୍ କହିଲେ,
ଜହ୍ନ ବି' ଖସିପଡନ୍ତା
କୁନି କୁନି କାହ୍ନୁ ହାତରେ ;
ଯଦି , ଈର୍ଷା ବାଆ' ରେ..
ଛୁ' କରି ପଳାଉଥାନ୍ତା ସୂର୍ଯ୍ୟ ।

ଭୋ ଭୋ କାନ୍ଦିଲେ ବି '
ବାହାରନ୍ତା ନାହିଁ
ନୀଳଗ୍ରହ ଦୁଇ ରୁ
ଉଷ୍ଣ ଭାବନା ଆଉ ବେଦନା ମିଶ୍ରିତ
କୋହ ଧାରା ।

ଠୋ ଠୋ ହସିଲେ ବି '
ଝରନ୍ତା ନାହିଁ
ମୋ ଏକମାତ୍ର କଳ୍ପବୃକ୍ଷରୁ
ତୃପ୍ତି , ପ୍ରେମ ଆଉ ତାଚ୍ଛଲ୍ୟ ଭରା
ମୃଦୁ ମଳୟ ।

ତେବେ ଯାଇ
ଭିନ୍ନ ଭାବଭଙ୍ଗୀରେ..
ମାଟି ଗାଆନ୍ତା ଜୀବନ ଗୀତ
ପାହାଡ଼ ନାଚନ୍ତା ଜୀବନ ନୃତ୍ୟ
ନଈ ବି ବଜାନ୍ତା ଜୀବନ ବୀଣା
ପୁଣି ଶାନ୍ତଶିଷ୍ଟ ହୋଇ
ଦର୍ଶକ ସାଜନ୍ତା
ଆଜିର ଝାଞ୍ଜି ;
ଆସନ୍ତାକାଲିର ମୃଦୁ ମଳୟ ।

ଆଉ ତୁ ମୁଁ ବସିଥାନ୍ତୁ..
ବିଚାରପତି.. ହୋଇ..
ହାତେ ଧରି ଆମ ପ୍ରେମ ନିକିତି
ଆଉ ,ଯାଦୁଗରୀ କଲମ ଦୁଇକୁ...।

ବଳବନ୍ତ ସାହୁ ( Bab-L-U )
ଭୂଷଲାର୍ଡ, ସିନ୍ଧେକେଲା , ବଲାଙ୍ଗୀର
ମୋ- 9078105234


Rate this content
Log in