ଜୀବନ ଗୀତା- ୪୧
ଜୀବନ ଗୀତା- ୪୧
1 min
6.8K
ଜୀବନ ଗୀତା- ୪୧
ଜୀବନରେ କେବେହେଲେ
କେହିକି ପଚାରେ ଝରା ବଉଳରେ
କାହିଁକି ବା ଏତେ ବାସ
ଭରା ଦିପହରେ କୃଷ୍ଣଚୂଡା ଜଳେ
ତଥାପି ମରେନା ହସ ॥୦॥
ସଫଳତା ସିନା ସଭିଏଁ ଦେଖନ୍ତି
କିଏ ଦେଖେ ତା ପଛର କାହାଣୀ
ବିଫଳତା ଅଟେ ପ୍ରଥମ ପାହାଚ
ଜୀବନଟା ତ ଉଠାଣି ଗଡାଣି
ଦୀପ ଜଳିଯାଏ ଆଲୋକ ଦେଖାଏ
ଜଳିଜଳି ହୁଏ ଶେଷ ॥୧॥
ପ୍ରତାରଣା ଯେତେ ଜାଳିଲେ ଅନ୍ତର
ପ୍ରେମ କେବେ ତ ଯାଏନା ମଉଳି
ବାଟବଣା ହୋଇ ବୁଲଇ ବଣରେ
ପୁଣି ଦିନେ ତ ଆସଇ ସେ ଫେରି
ଗଙ୍ଗଶିଉଳିର ସରୁ ଓଠ ଧାରେ
ଭରିଦେଇ ଯେତେ ଶୋଷ ॥୨॥