BASANTARE
BASANTARE
1 min
6.6K
= ବସନ୍ତ’ରେ =
ଭାବିଥିଲି ଆଜି ଗୀତଟେ ଲେଖିବି
କଲମ କାଳି’ର ଧାରେ ,
ରାଧା ହୋଲୀ ରଙ୍ଗେ କାହ୍ନା ବଇଁଶୀ’ରେ
ମିଠା କୋଇଲି’ର ସ୍ୱରେ || ୧
ହେଲେ ଆଖି ଆଗେ ଦୁଃଖୀ ଦୀନ ଯେବେ
ଦେଖିଲି ଭୋକରେ ମରେ ,
କୁହ କେଉଁ ସ୍ଵରେ ଲେଖିଥାନ୍ତି ଗୀତ
ଋତୁ ରାଜ ବସନ୍ତ’ରେ ?
ଅଜିତ କୁମାର ମଲ୍ଲିକ୍