Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Others

3  

Abhakanta

Others

ପଥଭୁଲା ଧଳା ଚଗଲା ବଉଦ

ପଥଭୁଲା ଧଳା ଚଗଲା ବଉଦ

1 min
13.8K


ପଥଭୁଲା ଧଳା ଚଗଲା ବଉଦ

 

ଆଭାକାନ୍ତ ମହାନ୍ତି

 

ପଥଭୁଲା ଧଳା ଚଗଲା ବଉଦ

       ଶରତ ଆକାଶେ ଝୁଲେ,

ନଈ ଅତୁଡ଼ିରୁ ଫୁଲେଇ କାଶର

       ଛାଇ ଦୋଳେ ନଈ ଜଳେ । ୦ ।

 

ଦୂର ତାଳବଣେ ଲୁଚୁଛି ସୂରୁଯ

ଛାଟିଦେଇ ନଭେ ନାଲିଆ ମୁରୁଜ

ତରକା ଚଢ଼େଇ           ତା ଡେଣା ବାଡ଼େଇ

       ଉଡ଼ିଯାଉଁ ଗୀତ ବୋଲେ । ୧ ।

 

ସବୁଜ ରଙ୍ଗ ଗୋ ହୋଇ ମତୁଆଲା

ଛାଇ ରହିଅଛି ଗହୀରଟି ସାରା

ଗାଈଙ୍କୁ ଅଡ଼େଇ          ଆଣେ ବନା ଭୋଇ

       ବଂଇଁଶୀ ବଜେଇ ତାଳେ । ୨ ।

 

ଶିରିଶିରି ବହେ ବାଉଳା ପବନ

ଓସ୍ତ ପତ୍ରେ ପତ୍ରେ ଜଗାଏ କମ୍ପନ

ମାଦକତା ଭରେ          ମନ-ପରାଣରେ

       ପ୍ରକୃତି କୁହୁକ ଭୋଳେ । ୩ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in