Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

3  

Prasanta kumar Hota

ପୁଷିଆ ଶୀତରେ ଝିପିରି ବରଷା

ପୁଷିଆ ଶୀତରେ ଝିପିରି ବରଷା

1 min
139


ପୁଷିଆ ଶୀତରେ ଝିପିରି ବରଷା

ଦେହ ଯାଏ ଥରି ଥରି

ତୁମ ତନୁ ତାପ ମଦମତ୍ତ ଆଖି

ମନେପଡେ ଭାରି ଭାରି ।

ସେ ଦିନର ସଞ୍ଜ ବେଳ ମନେପଡେ

ଚାହା କପ ଥିଲା ହାତେ

ଅଧରେ ପିଆଲା ନେଉ ନେଉ ତୁମେ

ଗେଲ କରୁଥିଲ ମୋତେ ।

ହୃଦୟ ରାଗିଣୀ ଖୋଲା କବରୀରେ

ଫୁଟି ଉଠୁଥିଲା ତାତି

ଶୀତରେ ରୋମାଞ୍ଚ ନୁହେଁ ଦହଗଞ୍ଜ

ପ୍ରିୟା ଥିଲେ ପ୍ରିୟ ମତି ।

ଉଷୁମ ଛାତିରେ ଉଷୁମ କମ୍ବଳ

ଶୀତକୁ ଆଦର କରେ

ହୃଦୟ ଆବେଗ କହିପାରେ ନାହିଁ

ଲୁଚି ଲୁଚି ମନ ମାରେ ।

ତମେ ଆଜି ସିନା ବହୁଦୂରେ ଅଛ

ଲାଗେ କିନ୍ତୁ ମୋତେ ପାଶେ

ନିଶବଦ ନିଦେ ଶୋଇଯାଏ ଯେବେ

ସ୍ମୃତି ଆଲିଙ୍ଗନେ ମିଶେ ।


ପ୍ରଶାନ୍ତ କୁମାର ହୋତା


Rate this content
Log in