Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

3  

Binaya Bhusan Panigrahi

Others

ଶବ୍ଦ ଅନ୍ୱେଷଣ

ଶବ୍ଦ ଅନ୍ୱେଷଣ

1 min
171



କୁହ ପ୍ରିୟା,କଅଣ ସେ ଶବ୍ଦ         

ଅନ୍ତରରୁ ଟାଣିଆଣି

ଓଠ ପରେ ଥୋଇଦେଲେ ଥରେ          

ନିର୍ଦ୍ୱନ୍ଦରେ ମାନିନେବ ତମେ  

ପ୍ରେମ ମୋର ସତ୍ୟ ଶତ ପ୍ରତିଶତ

ପ୍ରତିଶବ୍ଦ ନୁହେଁ ଛଳନାର।


କଅଣ ସେ ଶବ୍ଦ ଯା'ଶୁଣିଦେଲେ ଥରେ

ଅକୁଣ୍ଠ କଣ୍ଠରେ କହିବ

ମୋ ପ୍ରେମରେ ମିଥ୍ୟାର ପ୍ରଲେପ ନାହିଁ,

ନାହିଁ କିଛି ଉପକ୍ରମଣିକା

ଚେନାଏ ରଙ୍ଗ ବୋଳା ମଧୁର ଛଳନା 

ଚରିତାର୍ଥ କରିବାକୁ 

ପାର୍ଥୀବ ଲାଳସା କିଛି

ଦ୍ୱାହି ଦେଇ ଭଲ ପାଇବାର ।


 କୁହନା,କଅଣ ସେ ଶବ୍ଦ?

 ଥରୁଟିଏ ଓଠ ଛୁଁଈଗଲେ

 ଆବଶ୍ୟକ ପଡିବନି ତା'ପରକୁ

 ଆଉକିଛି ଗୋଟେବି ଶବ୍ଦର,

 ଇଞ୍ଚେଭୂଇଁ ପାଇବାକୁ ହୃଦୟେ ତମର

 ଆଉ,ମନେଇ ନେବାକୁ ସହଜେ

 ପ୍ରେମ ମୋର ପୂର୍ଣାଙ୍ଗ ସତ୍ୟ,

 ପବିତ୍ର ହୃଦୟର ସ୍ୱଚ୍ଛ ଚିତ୍ରପଟ,

 ପ୍ରେମ ମୋର ପୂଣ୍ୟଗୀତି,

 ନିଷ୍ପାପ ହୃଦୟର ପୁର୍ଣ ସମର୍ପଣ,

 ତୃଟିହୀନ ମୁଖବନ୍ଧ ମୋ'ହୃଦୟର;

 ମୋ ଦେହର ଶିରା ଧମନୀରେ

 ଫୁଲିଫୁଲି ବୋହୁଥିବା

 ପୂଣ୍ୟତୋୟା ନଈଟେ ନାଉରି।।

    


Rate this content
Log in