Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Neelima Nivedita Behera

Tragedy

2  

Neelima Nivedita Behera

Tragedy

ଲୁହ

ଲୁହ

1 min
6.9K


ଠିକ୍ ବର୍ଷା ପରି ଏଇ ଲୁହ

ଭିଜାଏ... ଆଖି, ଗାଲ, ଓଠକୁ

ତିନ୍ତିପାରେନା ଖାଲି ଯାହା ମୋର ଦହଗଞ୍ଜ ଦେହ ।

ଠିକ୍ ବର୍ଷା ପରି ଏଇ ଲୁହ

ଉଖୁରାଏ... ଅତୀତର ଦୁର୍ଘଟଣା, ଗତ ହୋଇଥିବା ସ୍ମୃତି, ସପନର ନୀଡ଼କୁ

ଜିଇଁଉଠେନା ଖାଲି ମରି ଶୋଇଥିବା ସେଇ ମୋହ ।

କେବେ ତ ବାରଣ ନଥିଲା

ତୁମ ଫୁଙ୍ଗୁଳା ଦେହରେ ଫଗୁ ହେଇ ବୋଳି ହେବାକୁ

କାଇଁ ତେବେ ବରଣ କଲ

ନିର୍ଘାତ୍ ବର୍ଷୁଥିବା ଅଦିନିଆ ଚପଳା ସେଇ ମେଘକୁ ?

ହଁ... ଠିକ୍ ବର୍ଷା ପରି ଏଇ ଲୁହ

ହେଲେ ବର୍ଷା ତ ନୁହଁ !!!

ପାଶୋରି ଦେଇଛ ମୋତେ ସିନା ତୁମେ

ହେଲେ ଭୁଲିପାରୁନି ମୁଁ ତୁମକୁ !!!


Rate this content
Log in