Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others

4.9  

pratap nayak

Others

ତାରାଫୁଲ

ତାରାଫୁଲ

1 min
106



ମନଟାକୁ ମୋର ଫିଙ୍ଗିଦେଲି ଆଞ୍ଜୁଳା 

ଆଞ୍ଜୁଳା କରିଯେ ,

ତାରାଫୁଲ ହୋଇ ସିଏ ଫୁଟିଗଲା 

ଆକାଶରେ

ତୁମ ବାରିଆଡେ ।


ମେଞ୍ଚାଏ ଅଭିମାନକୁ ଉଡେଇ ଦେଲ ତମେ ଯେ 

ଘୋଡେଇଲା ତାରାଫୁଲ ସିଏ 

ବର୍ଷିଗଲା ପୁଣି

ଆମ ଚାଳଘରେ ।


ସତରେ 

ନିଦାଘର ମେଲଣ

ଅନ୍ତରର ଗୋପନ 

ଅକୁହା ସେ ଦହନ 

ଫୁରକିନି ଭାସିଗଲା 

କହିକେତେ ଅଦିନିଆ ସପନ ।


ଲୁଚେଇଲି ଆଖି ମୋର 

କାହିଁକିନା

କାହିଁକିନା ସେହି ତାରାଫୁଲ 

ତୁମ ଗଭାରେ

ତୁମ ଅବଗୁଣ୍ଠନରୁ

ଲାଜକଲେ ମତେ 

ମୁହଁ ଲୁଚେଇଲେ ମତେ ।


ସିଏ ତୁନି ତୁନି କହୁଥିଲା ମତେ

ନହେଲି ନାହିଁ ତୁମର 

ସାଇତିଛିତ ମନକୁ ତୁମର 

ମୋ ଅଜଣାତେ 

କରି ତାରାଫୁଲ ସତେ ।


ହସିଦେଲି ହୃଦଖୋଲା ହସ 

ମୁରୁଜହେଇ ବୁଣିହେଲା 

କେତେ ନାଲିନେଳି ଝୋଟିଚିତ୍ର

ତୁମ ପାଦତଳେ 

ତୁମ ଚଲାପଥେ ।


ଡରିଲକି ପକେଇବାକୁ 

ତୁମ ନହୁଲିପାଦ 

ସେହି ଝୋଟିଚିତ୍ର ପରେ

ହଁ ସତରେ,

ଡରିଲକି ପକେଇବାକୁ 

ତୁମ ନହୁଲିପାଦ 

ସେହି ଝୋଟିଚିତ୍ର ପରେ ।


Rate this content
Log in