Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Others

3  

Sarat Jal

Others

ବଡଦାଣ୍ଡ ଧୂଳି

ବଡଦାଣ୍ଡ ଧୂଳି

1 min
6.8K


ବଡଦାଣ୍ଡ ଧୂଳି କରିଦେ କାଳିଆ

ବଡଦାଣ୍ଡ ଧୂଳି କରିଦେ

ସଂଜରୁ ସକାଳ ଭକତ ପାଦରେ

ରହିବି ଆହା କି ଆନନ୍ଦେ ॥

ସଂସାର ଯାତନା ଭୁଲିବିରେ କାହ୍ନା

ହୋଇ ତୋ ଦାଣ୍ଡର ଧୂଳି

ମନ ଜମା ଉଣା କରିବିନାହିଁ

ଏତିକି ତୋ ପାଦେ ଅଳି ॥

ଆଷାଢ ଯାତରେ ଥିବୁ ତୁ ରଥରେ

ଦେବୁ ମତେ ଦରଶନ

ମୋ ଦେହ ଉପରେ ତୋ ରଥ ଗଡିଲେ

ଧନ୍ୟ ହେବ ମୋ ଜୀବନ ॥

ତୋ ରଥ ଚକରେ ଦଳି ହୋଇଗଲେ

ମଳି ସବୁ ଯିବ ଧୋଇ

ସ୍ୱର୍ଗୁ ଦେବ ବୃନ୍ଦ ପୁଷ୍ପ ବରଷିଲେ

ସବୁ ଦେଖୁଥିବି ଶୋଇ ॥

ଶୂନ୍ୟୁ ଗଂଗାଜଳ ଭକତଙ୍କ ଝାଳ

ପଡୁଥିବ ଯେବେ ତଳେ

ଧୂଳିରୁ ହେଲେ ମୁଁ କାଦୁଅ ଚକଟା

ତତେ ପାଇଯିବି ବଳେ ॥

ତୋ ଦେହରେ ଲୀନ ହେବାକୁ ଏ ଦୀନ

କରୁଛି ହାରି ଗୁହାରି

ଧୂଳି ଜୀବନରୁ କର ହେ ମୁକତି

ଅଚ୍ୟୁତ,ମାଧବ,ହରି॥

ଶରତ ଚନ୍ଦ୍ର ଜାଲି

ତା;୬/୭/୧୮


Rate this content
Log in