Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Raja Sekhar CH V

Romance

1  

Raja Sekhar CH V

Romance

ପ୍ରଣୟ ବର୍ଜନ

ପ୍ରଣୟ ବର୍ଜନ

1 min
511


ପ୍ରଣୟ ହେଲା ଯୌବନର ଏକ ଅମୁଲ୍ୟ ଭାବନା,

ପ୍ରତି ଯୁଗଳ ପ୍ରେମୀଙ୍କର କରନ୍ତି ଯାହାର କାମନା,

କିଛି ଅନୁରକ୍ତ ସହନ୍ତି ପ୍ରଣୟ ବର୍ଜନର ନିର୍ଯାତନା,

ଅସହ୍ୟ ଅସହାୟ କରେ ଯେ ବିରହାନଳ ବେଦନା |୧|


ପ୍ରେମ ପରିସ୍ଥିତି ସଦା ରୁହନ୍ତିନି ଅନୁକୂଳ,

ଭାବରେ ଆସନ୍ତିନି କିଛି ଅପ୍ରିୟ ଅଟକଳ,

ନିଜ ସାଥୀର ପରିତ୍ୟାଗ କରେ ବ୍ୟାକୁଳ,

ଲାଗେ ସାରା ସଂସାର ହୋଇଛି ପ୍ରତିକୂଳ |୨|


କ୍ଳେଶକର ଯେ ପ୍ରେମିକ ପ୍ରେମିକାଙ୍କ ତ୍ୟାଗ,

ଆଜୀବନ ରୁହେ ଯେ ଅନ୍ୟୋନ୍ୟ ଅନୁରାଗ,

ଏକତ୍ର ରହିଲେ କେଦାର ଗୌରୀ ଯୁଗ ଯୁଗ,

ପ୍ରଣୟ ବର୍ଜନ ହୁଏ ଏକ ଯନ୍ତ୍ରଣାଦାୟକ ଭାଗ |୩|


Rate this content
Log in