Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Inspirational

2  

Sisir Panda

Inspirational

ଖରା କଲା ଦରମରା

ଖରା କଲା ଦରମରା

1 min
6.7K


କିଛିଦିନ ଆଗୁ ବହୁଥିଲା ଏଠି ଧୀର ବାଆ ସୁଲୁସୁଲୁ

ଆମ୍ବ ବଗିଚାଟି ଲାଗୁଥିଲା ଭଲ ଦିନବେଳା ବୁଲୁବୁଲୁ ।

ମନ ଉଠୁଥିଲା ଭରି ଲାଗୁଥିଲା ମତେ

ଆମ ଗାଆଁ ସାଥେ ସରଗ ହେବନି ସରି ।

ଗିରିଷମ ଆସି ସବୁ ସାରିଦେଲା

ଟାଣୁଆ ହୋଇଲା ଖରା

ଗୁଳୁଗୁଳି ସାଥେ ଘିମିରୀର ଦାଉ ଖରା କଲା ଦରମରା ।

ଶିରୀହୀନ ଦିଶେ ଭୂଇଁ

ତତଲା ପବନ କାହାକୁ ଛାଡ଼ୁନି ସବୁକୁ ଯାଉଛି ଛୁଇଁ ।

ଏଭଳି କଷଣ ଆମେ ସହିବୁନି କୁହ କେ ସହିବ ଆଉ

ଗଛ ନ ଲଗେଇ ପୁରୁଣା ଗଛକୁ ଆମେ ସବୁ କାଟିଥାଉ ।

ଗଛ ସିନା ଦିଏ ଛାଇ

ପରିବେଶ ଆମ ସନ୍ତୁଳିତ ଥାଏ

କେବଳ ଗଛଟି ପାଇଁ ।

ଗଛ ଥିଲେ ଥିବ ଅମ୍ଳଜାନ ଭରା

ପାଉଥିବା ଫୁଲ ଫଳ

ଠିକଣା ବେଳକୁ ଋତୁ ଆସୁଥିବ

ବରଷା ଦେବ ବି ଜଳ ।

ଆସିବ ତା' ପରେ ଶୀତ

ଶୀତ ପରେ ପରେ ବସନ୍ତ ଆସିଲେ

କୋଇଲି ଗାଇବ ଗୀତ ।

------------------------------------------

ଶିଶିର କୁମାର ପଣ୍ଡା

କୁଆଁସ , ମେରଦା କାଟିଆ , ଯାଜପୁର

ଆଳାପ:- ୮୯୮୧୭୩୭୨୨୮


Rate this content
Log in

Similar oriya poem from Inspirational