ଆସ ହୋ ବଡ଼ବଡୁଆ
ଆସ ହୋ ବଡ଼ବଡୁଆ
ପ୍ରୀତିର ଦୀପାଳୀ ଉଜାଗରେ ଜାଳି
ଡାକେ ହୋ ବଡବଡୁଆ,
ଅନ୍ଧକାରେ ଆସି ଆଲୋକରେ ଯାଅ
ହସି ଉଠୁ ଏ ଦୁନିଆଁ।
ବରଷକେ ଥରେ ଆସ ଏ ଧରାକୁ
ପାନଗୁଆ ଖାଇବାକୁ,
ବଂଶଧରଙ୍କର ସୁଖ ଭବିଷ୍ୟତ
ଆଉ ଆଶିଷ ଦେବାକୁ।
ଅନାଇ ରହିଛୁ ଆମେ ଯେ ଅଜ୍ଞାନୀ
ତୁମରି ସଦଜ୍ଞାନ ପାଇଁ,
ଆସ ଆସ ମୋର ହେ ପିତୃପୁରୁଷ
ସରଗପୁରରୁ ଧାଇଁ।
ଆଲୋକ ମାଳାରେ ଉଦଭାଷିତହେଉ
ସମୃଦ୍ଧିର ରୂପରେଖ,
ସତ୍ୟ,ଧର୍ମ ଆଉ ଶାନ୍ତି ରହିଥାଉ
ରହିଥାଉ ଆମ ଟେକ।
ଆମ ପରମ୍ପରା ସର୍ବବିଦିତ ଯେ
ଇତିହାସେ ତ ପ୍ରମାଣ,
ପୂର୍ବ ସୁରୀଙ୍କର ଯଥାମାନ୍ୟ ପାଇଁ
ରହିଛି ଆମ ସମ୍ମାନ।
ମାତା ଯେ କାଳୀକା ଦୁଷ୍ଟ ବିନାଶିନୀ
ଖଣ୍ଡାଖର୍ପର ଧାରିଣୀ,
ରଖିଛନ୍ତି ସ୍ନେହେ ଏ ମର୍ତ୍ତ୍ୟ ବାସୀଙ୍କୁ
ଧନ୍ୟ ମା କାମ୍ପିଲ୍ୟବାସିନୀ।
ଆଲୋକ ର ଦୀପ ଜାଳି ସର୍ବଗୃହେ
ଦହନେ ସବୁରି ରିଷ୍ଟ,
ସ୍ନେହ ପ୍ରୀତିର ବନ୍ଧନରେ ବାନ୍ଧି
ହର ମା ସବୁରି କଷ୍ଟ।
ମନମନ୍ଦିରେ ଆସ ମା ତୁମେ
ଜ୍ଞାନର ଦୀପାଳୀ ଜାଳି,
ହଟିଯାଉ ଦୁଃଖ ଲିଭୁ ରାଗ ଦ୍ଵେଷ
ହେଉ ଅଶାନ୍ତିର ଶେଷ।
ନିଶାରେ ନିଶାରେ ନିତି ନିଶାର୍ଦ୍ଧରେ
ଖୋଜେ ମୁଁ ତୁମକୁ ପାଇବା ନିଶାରେ,
ତୁମରି ସେନେହ କରିଛି ପାଗଳ
ଜାଗରଣେ ଆସ କର ଉଜାଗର।
ଆଲିଙ୍ଗନ କରି,ଦିଅ ଉପହାର
ସମ୍ମିଶ୍ରଣେ ହୁଏ ତୁମ ଆପଣାର,
ଜିଇଁବାର ରାହା ତୁମଠୁଠ ମୁଁ ପାଏ,
ଜନମାନସରେ ପରିଚିତ ହୁଏ।
ଦୁର୍ଗୁଣ ଦୂରେଇ ସୁଗୁଣରେ ମୋର
ତନୁମନେ ଭରିଦିଅ,
ବଡ଼ବଡୁଆ ହୋ ଗଙ୍ଗାଠାରୁ ବଳି
ଶୁଦ୍ଧପୂତ କରିଦିଅ।
ପ୍ରଣତି ମହାପାତ୍ର
ବାଲେଶ୍ଵର