ପ୍ରଜାପତି
ପ୍ରଜାପତି
ପରଜାପତି ତରକା ଅତି
ପଢିଥିଲି ଦିନେ ବହିରେ
ବହିରୁ ବାହାରି ଟଗର ଗଛରୁ
ଧରାଦେଲା ସେ ମୋ ହାତରେ......
ହାତ ଠୋଲା କରି
ଅତି ସନ୍ତର୍ପଣେ ଧରି ତା ପରକୁ ଦେଖିଲି
ଇନ୍ଦ୍ରଧନୁ ରଂଗ ଭରିଛି ବିନ୍ଧାଣି
ହାତ ବାଜି ପରେ ଝରୁଛି ରାଗିଣୀ
ତାଠାରୁ ନିରୀହ ଆଉକିଏ ନାହିଁ
ସେହି ଦିନୁ ମୁହିଁ ଜାଣିଲି......
ପ୍ରଜାପତିଙ୍କର ଅନୁଶାସନରେ
ସମାଜ ବଂଧନ ବିବାହ ବେଦିରେ
ଝିଅ ଯାଏ ଶାଶୁ ଘର
ବାପ ମା’ ସାଂଗ
ବନ୍ଧୁ ପରିଜନ
ସବୁ ତ ହୁଅନ୍ତି ପର......
ବଡହେଲା ପରେ ଜାଣିଲି
ପିଲା ପ୍ରଜାପତି ବଡ ପ୍ରଜାପତି
ଦୁଇଜଣ ଯାକ ଏକା ଯେ ନୁହଁନ୍ତି
ମନେ ନନେ ଯେ ହେଜୁଥିଲି
ପ୍ରଜାପତି ବ୍ରହ୍ମା ଉଡା ପ୍ରଜାପତି
ତରକା ହଉକି ହାତଗଣ୍ଠି ପତି
ଆକାଶ ପାତାଳ ଫରକ
ପିଲାବେଳେ ଖୁସି ଓଜାଡୁ ଥିଲା ସେ
ହାତଗଣ୍ଠି ପରେ ସେହି ପ୍ରଜାପତି
ଜୀବରେ ଭରେ ମହକ
ନହେଲେ.....
କା ଜୀବନକୁ କରେ ନରକ