Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Tragedy

5.0  

ପ୍ରଶାନ୍ତ କୁମାର ବେହେରା

Tragedy

ଅକୁହା କଥା

ଅକୁହା କଥା

1 min
393



ଘୁ ଘୁ ଘର୍ଘର ନାଦକରି

ଧଳା ଫରଫର୍

ସମୁଦ୍ରର ତରଙ୍ଗାୟିତ

ଢେଉମାନେ ସବୁ

ଆସୁଥିଲେ ମାଡି

କୂଳରେ ପିଟିହୋଇ

ପୁଣି ଯାଉଥିଲେ ଚାଲି

ଅହରହ ଆସିବାକୁ ଫେରି l


ଠିକ୍ ସେମିତି ମୋ ଇପ୍ସିତ

ଆଶାମାନେ ତୁହାକୁ ତୁହା

ମୋ ମନ ଭିତରକୁ

ଆସୁଥିଲେ ମାଡି

ହୃଦୟରେ ପିଟିହୋଇ

ପୁଣି ଯାଉଥିଲେ ଚାଲି

ବାରମ୍ବାର ସେମିତି

ଆସିବାକୁ ଫେରି l


ଏମିତିରେ ପୁଣି ଥରେ

ଫେରିଯିବାକୁ ସତରେ

ଖୁବ୍ ଇଛାହୁଏ

ସେଇ ପିଲାଦିନକୁ

ସ୍କୁଲ୍ ଆଉ କଲେଜର

ମସ୍ତିଭରା ଅଚିନ୍ତା

ସମୟ ସବୁକୁ

ଯେଉଁଠି ପାଇଛି କିଛି

କିନ୍ତୁ ହରେଇ ଦେଇଛି

ଅନେକ ଅକୁହାକଥା ସବୁ l


*******************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya poem from Tragedy