Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Romance

3  

Abhakanta

Romance

ମୋ ରାହାଧାରୁ

ମୋ ରାହାଧାରୁ

1 min
13.1K


ମୋ ରାହାଧାରୁ

 

ଆଭାକାନ୍ତ ମହାନ୍ତି

 

ମୋ ରାହାଧାରୁ ମୋତେ କେ' ବଳେ

       ନେଲାରେ ବଶ କରାଇ,

ମୁଁ ଦେଖିଲି ଛିଡ଼ା କୃଷ୍ଣଚୂଡ଼ା

       ନାଲି ପଣତ ଥରାଇ । ୦ ।

 

ବଧୁଲି ଓଠୁ ପ୍ରବାଳ ଝରେ

ମହୁଆ ନିଶା ମୋ ମନେ ଭରେ,

ପାଖୁଡ଼ା ଓଠ ଉଠିଲା ଥରି

ଡାକିଲା ମୋତେ ଫୁଲ କୁମାରୀ,

ଥକିଲା ଡେଣା            ହୋଇଲି ବଣା

       ଜୀବନେ ଲକ୍ଷ୍ୟ ହରାଇ । ୧ ।

 

କହିଲି ମୁହିଁ ଡାକନା ମୋତେ

ରହିଛି ବାକି ରାହା ମୋ କେତେ,

ଅଭିମାନିନୀ ଥିଲା ଯେ ରାଗି

ନ ଜାଣି ଗଲି ମୋ ରାହା ଭାଙ୍ଗି,

ମଳୟ ତାନେ             ବାଜିଲା କାନେ

       କାନ୍ଦେ ସେ ଲୁହ ଝରାଇ । ୨ ।

 

ଭାବନା ଧାରେ ଗଲି ମୁଁ ବୁଡ଼ି

ପାରିଲି ନାହିଁ ଆଗକୁ ଉଡ଼ି,

ଭାଙ୍ଗିଲା ଭ୍ରମ, ଆସିଲି ଫେରି

ହାଏ ! ବିରହେ ଥିଲା ସେ ମରି,

ଝୁରଇ ସତେ              ଦେବ କେ' ମୋତେ

       ମୋ କୃଷ୍ଣଚୂଡ଼ା ଫେରାଇ ? । ୩ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in