Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Tragedy

2.5  

Tapan Dixit

Tragedy

ନିଦାଘ ନୁହେଁ ମୁଁ.....

ନିଦାଘ ନୁହେଁ ମୁଁ.....

1 min
13.5K


ନିଦାଘ ନୁହେଁ ମୁଁ କାଳବୈଶାଖୀଟେ

ନିତି ହୋଇ ବହେ ଝଞ୍ଜା

ଜାଣେନା ଶ୍ରାବଣ କେବେ ଛୁଇଁଯିବ

ମେଣ୍ଟିବ ଏ ଦେହ ସଜା,

ଜାଣେନା କିଏ ମୋ ଭାବନା ଚୋରାଇ

ଗୋପନରେ ଅଛି ରହି

କାହା ପାଇଁ ଆଜି କାଳବୈଶାଖୀ ମୁଁ

ହୋଇ ଯାଉଅଛି ବହି ,

ଲଣ୍ଡା ଖଜୁରୀରେ ସପନ ଝୁଲୁଛି

ରାତି ଲାଗେ ଭାରି ଭାରି

ଅମାବାସ୍ୟା ଜହ୍ନ ଋତୁ ସ୍ନାନ କରେ

ପୂର୍ଣ୍ଣିମା ଯାଇଛି ଫେରି,

ପଲକ ତଳରୁ ତନ୍ଦ୍ରା ହଜିଛି

ଅଳକାପୁରୀର ପଥ

କଂଟକେ ଭରା - ବାଟ ନିରିଜନ

ନିକାଞ୍ଚନ ଏ ନିଶୀଥ ||

ତପନ ଦୀକ୍ଷିତ (ବେଳାଭୂମି


Rate this content
Log in

Similar oriya poem from Tragedy