Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Umakanta Rout

Others

3  

Umakanta Rout

Others

ଭୋକର ଚିତ୍ରପଟ୍ଟ

ଭୋକର ଚିତ୍ରପଟ୍ଟ

1 min
13.3K


    

        ଭୋକର ଚିତ୍ରପଟ୍ଟ     

                       ॰ ଉମାକାନ୍ତ ରାଉତ (ଅରୂପ)

 

ଭୋକ କଥା ଚିନ୍ତା କରୁକରୁ

ରାସ୍ତାଟେ ଫିଟିଗଲା ତୁମ ସହରକୁ ।

ଆଃ.....

ପବନର ମନ୍ଦମନ୍ଦ ଗନ୍ଧ

ନାଲିନେଳି ଛଇଛଟା ଆଲୁଅ ଅଂଧାର

ଫର୍ଚୁନ୍ ଟାଓ୍ୱାର୍ ରାସ୍ତା ଦୁଇକଡ଼େ

ହସୁଥିବା କୃଷ୍ଣଚୂଡ଼ା ରଙ୍ଗ ।

 

ତାରକା ହୋଟେଲ୍ ବାଲ୍କୋନୀରୁ

ହାତଠାରି କେହିଜଣେ ଡାକୁଥିଲା

ଆସ,ଏଇଠିକି ଆସ

ଭୋକ,ଭୋକ,ଏଠି ଭାରି ଭୋକ

ଅବାକ୍ ମୁଁ,କିଂକର୍ତବ୍ୟବିମୂଢ଼

ଭୋକ କ`ଣ ଜାଣିବା ଆଗରୁ

ସରୀସୃପ ଭଳି ଗୋଡ଼ାଇଲା ଭୋକ

କୁଶଳୀ ଶିକାରୀ ପାଖେ

ମୋ` ଭୂମିକା...କଅଁଳ ଶିକାର

ଭିତରକୁ ସୂତେ ବି ପଶି ନ ଥିବା

ପେଟକୁ ଅଣ୍ଡାଳିଲାରୁ

ସେ କହିଲା.....

ଉଁ ହୁଃ...ଏଠି ନୁହେଁ

ପେଟ ତଳେ ଦେଖ  I

ଚିହିଁକି ଉଠିଲି

ତା` ଖରଶ୍ୱାସରେ ମୂର୍ଛା ଗଲି

ସଂବିତ୍ ଫେରିବା ପରେ

କେହିଜଣେ ଦୀର୍ଘକାୟ ବୃଦ୍ଧ

ତାଙ୍କ ହାତର ଲମ୍ବା ଠେଙ୍ଗାକୁ

ମୋ ହାତକୁ ବଢ଼େଇ ଦେଇ

କହୁଥିବାର ଶୁଣିଲି---

"ଆଃ...ଆ.......

ଭୋକ ଦେଖିବୁ ତ ମୋ`ସାଥେ ଆ........" ।

  ଆଖି ଖୋଲିଲା ବେଳକୁ

ମୁଁ ଗୋଟେ ଚିହ୍ନାଚିହ୍ନା ଲାଗୁଥିବା ଇଲାକାରେ;

ସେଇଟା କଳାହାଣ୍ଡି କିମ୍ୱା

କାଶୀନାଥପୁର ହେଇପାରେ ।

              ***

 ଜି ଏ - ୫୪୪(ପ୍ରଥମ ମହଲା)

ଶଇଳଶ୍ରୀବିହାର , ଭୁବନେଶ୍ବର-୨୧

ଭ୍ରାମ୍ୟଭାଷ - ୯୪୩୭୨୬୭୧୨୫

ଇମେଲ : umakantarout05@gmail.com

  


Rate this content
Log in