ସନ୍ଧ୍ୟା ମୋର ଗ୍ରାମରେ
ସନ୍ଧ୍ୟା ମୋର ଗ୍ରାମରେ
ସୁନ୍ଦର ସଜ୍ଜିତ ନାମରେ ଖ୍ୟାତ ଯେ
ମୋର ଗ୍ରାମ ମାଣିତରା,
ଭଜନ କୀର୍ତ୍ତନ ସହିତ ରଖିଛି
ଲୋକକଳା ପରମ୍ପରା।
ଓଡ଼ିଶା ରାଜ୍ୟର ଗଞ୍ଜାମ ଜିଲ୍ଲାରେ
ଗ୍ରାମଟି ସ୍ଥାପିତ ମୋର,
ଭିନ୍ନ ଭିନ୍ନ ଜାତି ବାସିନ୍ଦା ଅଛନ୍ତି
ମୋ ଗ୍ରାମ ମାଣିତରାର।
ବର୍ଣ୍ଣନା କରୁଛି ସନ୍ଧ୍ୟା ସମୟର
ମନ ଲୋଭା ଦୃଶ୍ୟ ସତେ,
ଥରେ ଦେଖି ଦେଲେ ମନେ ପଡ଼ିଯାଏ
ପିଲା ଦିନ କଥା କେତେ!!
ସୁରୁଜ ଉଭାନ୍ତି ପଶ୍ଚିମ ଗଗନେ
ଅନ୍ଧାର ଆସଇ ମାଡି,
ଜଙ୍ଗଲ ଭିତରୁ ଫେରନ୍ତି ଗୋମାତା
ଛାଡିକି ସାନ୍ତ୍ୱନା ରଡି।
ଶୈଶବ ପିଲାଏ ତାଣ୍ଡବ କରନ୍ତି
ଉଲ୍ଲଗ୍ନ ବେଶକୁ ଧରି,
ମଜାରେ ମଜନ୍ତି ପାଣିକୁ ଭାଙ୍ଗନ୍ତି
ଆଗୁଲି ପଛୁଲି ମାରି।
ବୃଦ୍ଧ ବୃଦ୍ଧା ଲୋକ ଭଜନ କରନ୍ତି
କୋଠ ମଣ୍ଡପକୁ ଯାଇ,
ଯୁବକ ଯୁବତୀ ଜପ କରୁଥାନ୍ତି
ଓଁ ଶାନ୍ତି ଦୀକ୍ଷାକୁ ନେଇ।
ଚାଷୀ ମାନେ ନିଜ ଜମିରୁ ଫେରନ୍ତି
ହଳ ଲଙ୍ଗଳକୁ ଧରି,
ସାଙ୍ଗରେ ରୁହନ୍ତି ଭାରିଜା ତାଙ୍କର
ଘୋଟଣା ଗଣ୍ଠିଲି ଧରି।
ଅନ୍ୟ ଏକ ଦୃଶ୍ୟ ବର୍ଣ୍ଣନା କରୁଛି
ବେକାର ଲୋକଙ୍କ କଥା,
ଗଞ୍ଜେଇ ନିଶାରେ ବୁଡି ରହି ନିତି
ବଢାନ୍ତି ଗ୍ରାମର ବ୍ୟଥା।
ସନ୍ଧ୍ୟା ସମୟରେ ଏକାଠି ହୋଇକି
ମଦ୍ୟ ପାନ ଖଟି ପରେ,
ଦିନ ରୋଜଗାର ଜୁଆରେ ସାରିକି
ନିଶାରେ ଘରକୁ ଫେରେ।
ମୋ ଗାଁ ମାଣିତରା ସରଗର ତାରା
ମମତାର କୋଳ ସେହି।
ତଥାପି ତା'ସ୍ନେହ ସରାଗ ଶରଧା
ପାଶୋରି ପାରିବୁ ନାହିଁ,
ପରେଶ କୁମାର ବିଶ୍ବାଳ