Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujat Kumar Sahoo

Inspirational Others

3  

Sujat Kumar Sahoo

Inspirational Others

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
277


ଜୀବନ ଯାତ୍ରାରେ ଆମେ,

ଅଭିନେତା ଓ ଅଭିନେତ୍ରୀ ।

ଏଇଠି ପ୍ରଶ୍ନ, ଉତ୍ତର ଏଇଠି,

ପ୍ରଶ୍ନ ସାଧାରଣ, ଉତ୍ତର ଅସାଧାରଣ,

କେମିତି ଅଛ ? କିପରି ଅଛ ?

ଭଲରେ ଅଛି, ମଜାରେ ଅଛି !

କି ଅଦ୍ଭୁତ ଏ ସମ୍ଭାଷଣ ।

ଜୀବନ ଯାତ୍ରାରେ ଏଠି,

ମଣିଷ ମଣିଷରେ ଜଳେ,

ଭାବନା ଭାବନାରେ ଜଳେ,

ଜଳିବା ପାଇଁ ଏଠି

ସଧାରଣ ସଧାରଣ ଲାଗେ ।

ଖୋଜା ପଢ଼େ ଜୀବନ ଯାତ୍ରାରେ ସବୁଠି

ସୁଖ ଅଛି କେଉଁଠି ?

ମୃତ୍ୟୁ ପରେ ନା ଜିଇବାରେ

କିନ୍ତୁ ନ ଖୋଜନ୍ତି କେହି

ଦୁଃଖ ଅଛି କେଉଁଠାରେ

ନିଜ ଠାରେ ନା ଅନ୍ୟ ଠାରେ,

ସୁଖ ପାଇଁ ଏଠି,

ସବୁ ବଦଳା ଯାଏ

ନିଜ ବ୍ୟତିତରେ !

ଜୀବନ ଯାତ୍ରାରେ ଏଠି

ଅଦ୍ଭୁତ ଲାଗେ ସବୁଠି,

ମଣିଷ ତ ଚାଲୁଥାଏ ନିଜ ଇଛାରେ

ସବ ଚାଲୁଥାଏ ଅନ୍ୟ ସାହାରାରେ

ଜୀବିତ ବୁଢି ଯାଏ ଏଠି,

ଜଳର ଅତଳ ଗର୍ଭରେ,

ମୃତ କିନ୍ତୁ ଭାସି ଭାସି ଦେଖୁଥାଏ,

ଛାଡ଼ି ଆସିଥିବା ଜୀବନକୁ ଆଉ ଥରେ ।

ଜୀବନ ଯାତ୍ରାରେ ଏଠି,

ସକାଳ ହୁଏ, ମଧ୍ୟାନ ଆସେ

ସଂଧ୍ୟା ଦେଇ ରାତ୍ରି ଚାଲିଯାଏ ।

ଠିକ୍ ଯେମିତି

ଜୀବନ ଆସେ, ଯୌବନ ହୁଏ

ଜରା ଦେଇ ମୃତ୍ୟୁ ଚାଲିଆସେ ।

ଜୀବନ ଯାତ୍ରାରେ, ଅବସୋସ୍ ସବୁଠି

ବିତାଏ କିଏ କାନ୍ଦି କାନ୍ଦି,

କିଏ ବା ହସି ହସି

କିଏ ପୁଣି କାନ୍ଦି କାନ୍ଦି, ସୁଖ ଦିଏ ଅନ୍ୟକୁ

ଭୁଲିଯାଇ ତା ନିଜର ଦୁଃଖକୁ ।


Rate this content
Log in

Similar oriya poem from Inspirational